- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଶବ ରଖି ରାସ୍ତା ଅବରୋଧ
ଜୟପୁର, ୨୬ ଡିସେମ୍ବର - ରାଜ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ l ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ତାତିଲେ ଗ୍ରାମବାସୀ l ଆଜି ସକାଳେ ବୈପାରୀଗୁଡା ମୁଖ୍ୟ ଛକରେ ଶବ ରଖି ରାସ୍ତାରେ ବସିଛନ୍ତି ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ l କ୍ଷତିପୂରଣ ଦାବୀ ନେଇ ଏଭଳି ପ୍ରତିବାଦ l ଗତକାଲି ସନ୍ଧ୍ୟାରେ 326 ନମ୍ବର ଜତୀୟ ରାଜ ପଥ ଡାଲଖାଈ ଛକରେ କାର ଧକ୍କାରେ ବାଇକ ଚାଳକଙ୍କ ମୃତ ଘଟିଥିଲା l ରାଇଘର ଠାରୁ ମାଲକାନଗିରି ଅଭିମୁଖେ କ୍ଷିପ୍ର ଗତିରେ କାର ଯାଉଥିଲା ସେହି ସମୟରେ ବିପରୀତ ଦିଗରୁ ଅଁଳାଭଟା ଗାଁର ଗୌତମ ମାଝୀ ବାଇକରେ ଆସୁଥିଲେ ହେଲେ କାରଟି ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଗୌତମ ମାଝୀଙ୍କ ମୃତ୍ୟୁ ଘଟିଥିଲା l ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ରଖାଯାଇଥିଲା l ମୃତକ ଅଁଳାଭଟା ଗାଁ ର 22 ବର୍ଷୀୟ ଗୌତମ ମାଝୀ l ହେଲେ କ୍ଷତିପୂରଣ ନ ମିଳିବାରୁ ଆଜି ସକାଳେ ବୈପାରୀଗୁଡା ମୁଖ୍ୟ ଛକରେ ରାସ୍ତା ଉପରେ ଶବ ରଖି ପ୍ରତିବାଦ କରୁଛନ୍ତି ପରିବାର ଲୋକ ଏବଂ ଗ୍ରାମବାସୀ l କ୍ଷତିପୂରଣ ନ ମିଳିଲା ପର୍ଯ୍ୟନ୍ତ ଏଭଳି ରାସ୍ତାରେ ଶବ ରହିବ ବୋଲି ମୃତକଙ୍କ ଭାଇ କହିଛନ୍ତି l