- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମ ବିଭାଗର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର ତା ୬-୭:-ଆସନ୍ତା ୧୧ ତାରିଖ ଦିନ ସମ୍ବିଧାନ ବଞ୍ଚାଅ ମହା ସମାବେଶରେ ଜନନାୟକ ଆଦରଣୀୟ ରାହୁଲ ଗାନ୍ଧୀ , ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳ ଙ୍କ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ପରିଚାଳନା କରିବା ପାଇଁ
ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ମାନ୍ୟବର ଗୁଣୁପୁର ବିଧାୟକ୍ ସତ୍ୟଜିତ ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରସ୍ତୁତି ବୈଠକ ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ଶ୍ରୀଯୁକ୍ତ ଗମାଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କହିଥିଲେ କି ରାହୁଲ ଗାନ୍ଧୀ ଓଡିଶା ଆସୁଥିବା ଖବର କଂଗ୍ରେସ ମହଲରେ ଉତ୍ସାହ ଦେଖାଦେଇଛି।ରାଜ୍ୟ କଂଗ୍ରେସ ର ସାମାଜିକ ଗଣମାଧ୍ୟମ ଅଧିକ କ୍ରିୟାଶୀଳ ହେବ ଏବଂ ଓଡିଶା ର ଜନସାଧାରଣ ଙ୍କ ନିକଟତର ହେବା ସହ ସହ କେନ୍ଦ୍ର ଓ ରାଜ୍ଯ ବିଜେପି ସରକାରଙ୍କ ୧୧-୧ ବର୍ଷର ବିଫଳତା ଓ ପ୍ରତାରଣା ଓଡିଶା ବାସୀଙ୍କ ସମ୍ମୁଖରେ ରଖିବ। ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ହାତମୁଠାକୁ ଟାଣ କରିବା ସହିତ ଦଳକୁ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗ କାର୍ଯ୍ୟ କରିବ ବୋଲି ଶ୍ରୀଯୁକ୍ତ ଗମାଙ୍ଗୋ ପ୍ରକାଶ କରିଥିଲେ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ବିଭୂତି ଭୂଷଣ ମହାପାତ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ ଆଗାମୀ ଦିନରେ କିପରି ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗ କୁ ସୁଦୃଢ଼ କରିବା ସହ ରାହୁଲ୍ ଗାନ୍ଧୀ ଙ୍କ ଆଗାମୀ ମହାରାଲି ର କାର୍ଯ୍ୟକ୍ରମ ବିଷୟ ରେ ପତ୍ରକାର ବନ୍ଧୁ ମାନଙ୍କୁ ଅବଗତ କରାଇ ଥିଲେ ।
ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଧାରଣ ସମ୍ପାଦକ ମାହୀପର ନିଖତ , ପୂର୍ବତନ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ,ରିଷି କପୁର ସାହୁ, ରତିକାନ୍ତ ଦାସ, ସୁଧୀର ରାଉଳ, ସାଶ୍ୱତ କେଶର ବଳୀୟାରସିଂହ, ବିଭୂତି ଭୂଷଣ ଦଳସିଂହାର, ସରୋଜ ବେହେରା, ସନ୍ତୋଷ କୁମାର ପଣ୍ଡା, କୁନୁ ମିଶ୍ର, ଇମରାନ ଅଲ୍ଲୀ ଖାଁ ,ସତ୍ୟ ରଞ୍ଜନ ବିଷ୍ଟି ଓ ୩୦ ରୁ ଅଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ।