Breaking News
ସୋଭନା ମହାନ୍ତି ହେଲେ ମହିଳା କମିଶନର ଅଧ୍ୟକ୍ଷା
FMNEWS.IN
05-08-2025
ଭୁବନେଶ୍ୱର, ୦୫ ଅଗଷ୍ଟ :ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ନିଯୁକ୍ତି ପରେ ସୋଭନା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ପଦପାଇଁ ଆଶା କରି ନଥିଲି। କିନ୍ତୁ ଏହା ମିଳିଥିବାରୁ ଖୁସି ଅନୁଭବ କରୁଛି। ରାଜ୍ୟ ସରକାର ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ଠିକ୍ ଭାବେ ତୁଲାଇବି। ମହିଳାଙ୍କୁ ଠିକ ଭାବେ ନ୍ୟାୟ ଦେବାକୁ ଉଦ୍ୟମ କରିବି। ଆମ ସରକାରରେ ମହିଳାଙ୍କୁ ଉଚିତ ନ୍ୟାୟ ମିଳିବ। ମୁଁ ବାଲେଶ୍ୱରର ଝିଅ, ନ୍ୟାୟ ପାଇଁ ସବୁବେଳେ ଲଢ଼ିବି। ନିଜ ଦଳ ହୁଅନ୍ତୁ ବା ଅନ୍ୟ କେଉଁ ଦଳର ହୁଅନ୍ତୁ ଦୋଷୀଙ୍କୁ ଛଡ଼ାଯିବ ନାହିଁ।