Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଦୁର୍ଗାପୁର ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ରାଜ୍ୟ ମହିଳା କମିଶନ
FMNEWS.IN
12-10-2025
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ମୁଁ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଛି | ହେଲେ ସେ ବ୍ୟସ୍ତ ଥିବା କଥାକହି କୌଣସି ରେସ୍ପଣ୍ଡ କରିନାହାନ୍ତି ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।
ସେ କହିଛନ୍ତି ଯେ, ଆଜି ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ କହିଛି । ପଶ୍ଚିମ ବଙ୍ଗ ମହିଳା କମିଶନଙ୍କୁ ମେଲ କରାଯାଇଛି | ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛି । ତିନିଜଣ ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କଲେ, ଏହା ବର୍ବର ଘଟଣା । ଏଭଳି ଘଟଣା ଦୁଃଖଦାୟକ । ଆଜି ବାଲେଶ୍ୱର ଏଡ଼ିଏମଙ୍କ ନେତୃତ୍ୱରେ ଏକ ଟିମ୍ ପଠାଯାଇଛି |
ଘଟଣାର 36 ଘଣ୍ଟା ପରେ ମାତ୍ର 3 ଜଣ ଗିରଫ ହୋଇଛନ୍ତି। ଆଉ 2 ଜଣ ଏବେବି ଫେରାର ଅଛନ୍ତି I ପଶ୍ଚିମ ବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା | ରାଜ୍ୟ ମହିଳା କମିଶନର ଏକ ସ୍ୱତନ୍ତ୍ର ଟିମ ପଶ୍ଚିମ ବଙ୍ଗ ଯିବ ବୋଲି ସେ ସୂଚନା ଦେଇଛନ୍ତି ।