- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡି ଗିରଫ ଛାତ୍ର ନେତା ଜେଲରୁ ମୁକୁଳିଲେ
ଭୁବନେଶ୍ୱର : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ କରି ଗିରଫ ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ, ଛାତ୍ର ନେତା ବଳରାମ ସାହୁ ଝାରପଡା ଜେଲରୁ ଆଜି ମୁକୁଳିଛନ୍ତି।ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ ଏବଂ କଂଗ୍ରେସ ନେତା ନିରଞ୍ଜନ ନାୟକ ପ୍ରମୁଖ ଉକ୍ତ ଛାତ୍ର ନେତାଙ୍କୁ ପୂଷ୍ପଗୁଛ ଦେଇ ସ୍ବାଗତ କରି ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ନେଇଥିଲେ । ସେଠାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ବାଗତ କରିବା ସହ କହିଥିଲେ କି ଆମ ଛାତ୍ର ନେତା ମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିଥିଲେ କିନ୍ତୁ ତାଙ୍କୁ ଜାଣି ଶୁଣି ଗିରଫ କରାଗଲା । ଆମ ପିଲାଙ୍କୁ ଜେଲର ଭୟ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସୌମ୍ୟାଶ୍ରୀ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଶ୍ରୀ ଯୁକ୍ତ ଦାସ ଚେତେଇ ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା । ଆଜି ମୁକୁଳିଥିବା ଛାତ୍ର ନେତାଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା ।