BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ରାଜ୍ୟପାଳ ଭବନ ସମ୍ମୁଖରେ ଗଣଧାରଣାରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଛାତ୍ର କଂଗ୍ରେସର ଦାବୀ

FMNEWS.IN 04-07-2025
Students' Congress demands 27 percent reservation for backward classes in census in front of Governor's House

ଭୁବନେଶ୍ୱର ତା୪/୭ ରିଖ: ଆଜି ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଙ୍କ ନେତୃତ୍ବରେ ଗଭର୍ନର ହାଉସ୍ ସମ୍ମୁଖରେ ଜୋରଦାର ଧାରଣା ଅନୁଷ୍ଠିତ ହେଲା । ଏହି ଧାରଣାରେ ବିପୁଳ ସଂଖ୍ୟାରେ ଛାତ୍ର କଂଗ୍ରେସ ନେତାମାନେ ଓଡ଼ିଶାର ଶିକ୍ଷା ଓ ଚାକିରି କ୍ଷେତ୍ରରେOBC (Other Backward Classes) ପାଇଁ ୨୭% ରିଜର୍ଭେସନ୍ତି ତୁରନ୍ତ କାର୍ଯ୍ୟାନ୍ବୟ କରାଯିବା ଦାବି କରିଛନ୍ତି ।

ଏଠି ଉଲ୍ଲେଖ ଥାଉ କି, ଓଡ଼ିଶାର ମୋଟ ଜନସଂଖ୍ୟାର ୫୪% ଅଂଶ OBC ଥିବା ସତ୍ତ୍ବେ ସେମାନେ ସମସ୍ତ ଅଧିକାରରୁ ବଞ୍ଚିତ । ଛାତ୍ର କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ଅନ୍ଦୋଳନ କରି ରାଜ୍ୟ ସରକାର ଓ ଗଭର୍ନରଙ୍କ ଦ୍ରଷ୍ଟି ଆକର୍ଷଣ କରିଛନ୍ତି।

ଆଜିର ଧାରଣା ସମୟରେ ଭାରି ବର୍ଷା ପଡ଼ିଥିଲେ ମଧ୍ୟ, ଛାତ୍ର ଓ ନେତୃତ୍ବ ନେଉଥିବା ଉଦିତ ପ୍ରଧାନଙ୍କ ସହିତ ଅନେକ ଛାତ୍ର ମାନେ ନିରନ୍ତର ଛଅ ଘଣ୍ଟା ଧାରଣା ଜାରି ରଖୁଥିଲେ I ଛାତ୍ର ମାନଙ୍କ ଦୃଢସଂକଳ୍ପ ଦେଖ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ଅଧ୍ଯକ୍ଷ ଶ୍ରୀ ଭକ୍ତଚରଣ ଦାସ ମଧ୍ଯ ଧାରଣାରେ ଯୋଗଦେଇ ଛାତ୍ରମାନଙ୍କ ସହ ଯୋଗ ଦେଇ ଛାତ୍ର କଂଗ୍ରେସର ଦାବି କୁ ସମର୍ଥନ କରିଥିଲେ ।

ଆଜି ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇ, ଓଡ଼ିଶାରେ ୨୭% OBC ସଂରକ୍ଷଣ ନିମନ୍ତେ ବୈଧ ଓ ତୁରନ୍ତ ପଦକ୍ଷେପ ନେବା ପ୍ରସ୍ତାବ ରହିଛି |

ଛାତ୍ର କଂଗ୍ରେସ ଅଧ୍ଯକ୍ଷ ଉଦିତ ପ୍ରଧାନ କହିଛନ୍ତି ଯେ, ଯଦି ଓବିସି ବର୍ଗ ଏହି ସମୟରେ ସଂବିଧାନିକ ଅଧୁକାର ପାଇଁ ପଛୁଆବର୍ଗ ନ ଲଢ଼ତ୍ତି ଏବଂ ୨୭% ସଂରକ୍ଷଣ ପ୍ରାପ୍ତ ନକରନ୍ତି, ତେବେ ଆସନ୍ତା ୫୦ ବର୍ଷରେ ଓବିସି ବର୍ଗ ସମାଜର ସବୁଠାରୁ ପଛୁଆବର୍ଗ ଶ୍ରେଣୀ ଭାବେ ବିବେଚନା ହେବେ।

ପ୍ରଧାନ ଅଧୂକ କହିଛନ୍ତି, ଓଡ଼ିଶାରେ ୧ କୋଟିରୁ ଅଧିକ ଗରିବ ଓବିସି ନାଗରିକ ଅଛନ୍ତି, ଯାହାଙ୍କ ପାଇଁ ସଂରକ୍ଷଣ ଏକ ଅବଶ୍ୟକ ଏହା ସେମାନଙ୍କ ଲାଗି ଏକ ଅସ୍ତ୍ର ଅଟେ | ସଂରକ୍ଷଣ ତାଙ୍କୁ ଶିକ୍ଷା, ଚାକିରି ଓ ସମାଜରେ ସମ୍ମାନ ପାଇବାର ଅଧିକାର ଦେଇଥାଏ I ବିଜେପି ସରକାର ଓବିସି ବର୍ଗ ସହିତ ଖେଳ ଖେଳୁଛି। ୧୧.୨୫% ସଂରକ୍ଷଣ ଏହି ବର୍ଗ ପାଇଁ ଅନ୍ୟାୟ ଓ ଅପମାନ ସମାନ ।

ଓଡ଼ିଶା ଛାତ୍ର କଂଗ୍ରେସ ଏହି ମାମଲାକୁ ଗମ୍ଭୀରତା ସହ ନେଉଛି ଓ ସରକାର ସମ୍ମୁଖରେ ଚାପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛି I ଯଦି ଓବିସି ମାନଙ୍କୁ ସଂବିଧାନ ଅନୁଯାୟୀ ସୁନିଶ୍ଚିତ ଅଧିକାର ଦିଆଯିବ ନାହିଁ, ତେବେ ଓଡ଼ିଶା ସାରା ଦୃଢ଼ ଆନ୍ଦୋଳନ ହେବ ।

ଓଡ଼ିଶା ଛାତ୍ର କଂଗ୍ରେସ ସମସ୍ତ ଓବିସି ଯୁବକ, ଛାତ୍ର ଓ ସଚେତନ ନାଗରିକଙ୍କୁ ଆହ୍ବାନ ଜଣାଉଛି ଯେ ସେମାନେ ଏହି ଆନ୍ଦୋଳନରେ ଏକଠି ହେଇ ସଂବିଧାନ ଓ ଅଧିକାର ପାଇଁ ସଂଘର୍ଷ କରନ୍ତୁ |