BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା

FMNEWS.IN 27-10-2025
The storm is likely to intensify into a severe storm by tomorrow morning.

ଭୁବନେଶ୍ୱର, ୨୭ ଅକ୍ଟୋବର - ବାତ୍ୟା ମୋନ୍ଥା ଦକ୍ଷିଣ-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଗୋପାଳପୁର ଠାରୁ ୭୫୦ କିମି ଦକ୍ଷିଣରେ ରହିଛି। ଗତ ୬ ଘଂଟା ମଧ୍ୟରେ ୧୮ କିମି ଘଂଟାପ୍ରତି ବେଗରେ ଗତି କରୁଛି। ମତ୍ସ୍ୟଜୀବୀ ମାନଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବନ୍ଦର ଗୁଡିକୁ ୨ ନମ୍ବର ବିପଦ ସଂକେତ ଦିଆଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ। ସନ୍ଧ୍ୟାରୁ ରାତି ମଧ୍ୟରେ ଏହା କାକିନାଡ଼ା ନିକଟବର୍ତୀ ଅତିକ୍ରମ କରିବ । ବାତ୍ୟା ଅତିକ୍ରମ କରିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ। ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ। ଆଗାମୀ ୨୪ ଘଣ୍ଟା ପାଇଁ ଗଂଜାମ ଗଜପତି ରାୟଗଡା କୋରାପୁଟ ମାଲକାନଗିରି ଓ ନବରଙ୍ଗପୁର କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଂଟା ବେଗରେ ପବନ ଓ ଝଟକା ପବନ ୬୦ କିମି ପ୍ରତି ଘଂଟାରେ ରହିବ। ୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା ମାଲକାନଗିରି ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା ଓ ବରଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ରହିଛି । କାକିନାଡ଼ାରୁ ମାଲକାନଗିରି ଦେଇ ଛତିଶଗଡ଼ ଯିବା ସମ୍ଭାବନା ରହିଛି ଏହାକୁ ଆଖିଆଗରେ ରଖାଯାଇ ସତର୍କ ସୂଚନା ଦିଆଯାଇଛି। ପୁରା ରାଜ୍ୟରେ ଏହାର ପ୍ରଭାବରେ ବର୍ଷା ରହିବ । ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ । ଭୁସ୍ଖଳନ ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରାୟ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ସୂଚନା ।