Breaking News
ଆଜି ଶ୍ରାବଣ ଶେଷ ସୋମବାର, ଚାରିଆଡ ଶିବମୟ
FMNEWS.IN
04-08-2025
ଭୁବନେଶ୍ୱର, 4 ଅଗଷ୍ଟ - ଆଜି ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଶିବ ମନ୍ଦିରଗୁଡିକରେ ପ୍ରବଳ ଭିଡ ଜମିଛି । କାଉଡିଆମାନେ ଶେଷ ସୋମବାରରେ ଜଳାଭିଷେକ ପାଇଁ ଶିବ ମନ୍ଦିରରେ ଭିଡ ଜମାଇଛନ୍ତି । ଧବଳେଶ୍ବରରୁ ଲୋକନାଥ, ଆରଡ଼ିରୁ ଲଡ଼ୁବାବା ସବୁଠି କାଉଡିଆଙ୍କ ଲମ୍ବା ଲାଇନ୍। ବୋଲ୍ ବମ୍ ହର୍ ହର୍ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ। ରାଜ୍ୟର ବିଭିନ୍ନ ଶୈବପୀଠରେ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରାଯାଇଛି। ହଜାର ହଜାର ମାନସିକଧାରୀ କାଉଡିଆମାନେ ଜଳାଭିଷେକ କରିବା ଲାଗି ମନ୍ଦିରରେ ଭିଡ଼ ଜମାଇଛନ୍ତି।
ଏହି କ୍ରମରେ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ କାଉଡିଆଙ୍କ ଭିଡ ଜମିଛି । ଜଳାଭେଷକ କରୁଛନ୍ତି କାଉଡିଆ । ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।