- କଂଗ୍ରେସର ଇସ୍ତାହାର - "ନୂଆପଡ଼ା ନ୍ୟାୟର ଲଢ଼େଇରେ ମୁଁ ଜୀବନ ଦେବାକୁ ପ୍ରସ୍ତୁତ"
- କଂଗ୍ରେସ କଣ କରିଛି, ଆମେ ହିସାବ ଦେଲୁ ,ବିଜେଡି ଓ ବିଜେପି ଦୁଇ ଭାଇ କଣ କରିଛ, ହିସାବ ଦିଅ
- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
କଂଗ୍ରେସ କଣ କରିଛି, ଆମେ ହିସାବ ଦେଲୁ ,ବିଜେଡି ଓ ବିଜେପି ଦୁଇ ଭାଇ କଣ କରିଛ, ହିସାବ ଦିଅ
- କଂଗ୍ରେସ ନୂଆପଡ଼ା ଇସ୍ତାହାର ଉନ୍ମୋଚିତ
- ନୂଆପଡାର ନ୍ୟାୟ ଓ ବିକାଶ ପାଇଁ ମୃତ୍ୟୁ ମଧ୍ୟ ଗ୍ରହଣୀୟ : ଘାସିରାମ
ନୂଆପଡ଼ା / ଭୁବନେଶ୍ୱର :- ବିକଶିତ ନୂଆପଡାର ସ୍ବପ୍ନ ସାକାର କରିବାକୁ ନେଇ କଂଗ୍ରେସର ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ନୂଆପଡାସ୍ଥିତ ଖୁଣ୍ଟିଆ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଲୋକାର୍ପଣ ହୋଇଯାଇଛି ।
ଇସ୍ତାହାର ଚାରି ପର୍ଯ୍ୟାୟକୁ ନେଇ ଘୋଷଣା ହୋଇଛି । କଂଗ୍ରେସର ଅବଦାନ: କଂଗ୍ରେସ ସରକାର ସମୟରେ ବିକାଶ ମୂଳକ କାର୍ଯ୍ୟ କଣ କରିଥିଲା । କଂଗ୍ରେସ ଇସ୍ତାହାର : ଆଗାମୀ ଦିନରେ କଣ ସବୁ ବିକାଶମୂଳକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛି । ପ୍ରତିକାର ଲୋଡ଼ା : ବିଭିନ୍ନ କ୍ଷେତ୍ରରେ ସରକାର ଅଚଳବସ୍ଥା ସୃଷ୍ଟି କରିଛନ୍ତି ତାକୁ ସୁଧାରି ଏସବୁ କ୍ଷେତ୍ରକୁ କାର୍ଯ୍ୟକ୍ଷମ କରିବା ।
ବିଜେଡି ବିଜେପି : ବିଜେଡି ସରକାରରେ ଥିବାବେଳେ କଣ ସବୁ ପ୍ରତିଶୃତି ଦେଇଥିଲେ ଏବଂ ଦୀର୍ଘ ୨୪ ବର୍ଷଧରି ନୂଆପଡାକୁ ଅଣଦେଖା କରିଥିଲେ ତଥା ବର୍ତ୍ତମାନର ବିଜେପି ସରକାର କିଭଳି ପ୍ରତ୍ୟେକ ଦିନ କଞ୍ଚା ମିଛ କହୁଛନ୍ତି ଏସବୁ ବିଷୟ ଲୋକଙ୍କ ଗୋଚରାର୍ଥେ ପ୍ରକାଶ କରା ଯାଇଛି । ମାଟିର ପୁଅ ଘାସିରାମ : କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ କିଭଳି ବିଗତ ୪୦ ବର୍ଷଧରି ଜନତାଙ୍କ ସେବାରେ ଅବିରାମ ସଂଘର୍ଷ କରି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ପାରିଛନ୍ତି ଆଲୋଚନା କରା ଯାଇଛି ।
କଂଗ୍ରେସ ଦଳ ଓ ଦଳର ନେତୃବୃନ୍ଦ ନୂଆପଡା ବିକାଶକୁ ନେଇ କେତେ ଗମ୍ଭୀର ଯୋଜନା ଭିତ୍ତିକ ଓ ପ୍ରଣାଳୀଯୁକ୍ତ ଇସ୍ତାହାରରୁ ସ୍ପଷ୍ଟ ଜଣା ପଡୁଛି । ଅପର ପକ୍ଷେ ବିଜେଡି ଓ ବିଜେପି କେବଳ ମିଥ୍ୟା ଓ ପ୍ରତାରଣାଯୁକ୍ତ ବାହାସ୍ଫୋଟ ମାରି ଲୋକଙ୍କୁ ଛଳନା କରିବାରେ ବ୍ୟସ୍ତ ।
ଏହି ଇସ୍ତାହାରରେ କଂଗ୍ରେସ ନୂଆପଡା ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ବିଧାୟକ ପ୍ରାର୍ଥୀଙ୍କ ଏକ ଆବେଗପୂର୍ଣ୍ଣ ନିବେଦନ ମଧ୍ୟ ଅଛି ।ଶ୍ରୀ ମାଝୀ ନୂଆପଡାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଦୀର୍ଘ ୪୦ ବର୍ଷର ମୋର ରାଜନୈତିକ ଜୀବନକୁ ଆପଣମାନେ ଅତି ନିକଟରୁ ଦେଖି ଆସିଛନ୍ତି, ଆପଣ ମାନଙ୍କ ଅଧିକାର ପାଇଁ ଲଢେଇରେ ମୁଁ ଆଜୀବନ ସାଲିସବିହୀନ ସଂଗ୍ରାମ କରି ଆସିଛି । କୌଣସି ଲୋଭ ବା ଲାଭର ବଶବର୍ତ୍ତୀ ହୋଇନାହିଁ । ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୋର ଲଢେଇ ଜାରୀ ରହିବ । ଏହି ଉପନିର୍ବାଚନରେ ଆପଣଙ୍କ ଆଶୀର୍ବାଦ ମୋର ଲଢେଇକୁ ଆହୁରି ଶକ୍ତିଶାଳୀ କରିବ ।
ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ସଭାପତି ଭକ୍ତ ଚରଣ ଦାସ ସାଂସଦ ଥିବାବେଳେ ନୂଆପଡ଼ାର ବିକାଶକୁ ନେଇ ବିବରଣୀ ପ୍ରଦାନ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନୂଆପଡ଼ା ପାଇଁ କଂଗ୍ରେସ କଣ କରିଛି ଆମେ ତାହାର ହିସାବ ଦେଲୁ ; ବିଜେଡି - ବିଜେପି ଗତ ୨୬ ବର୍ଷରେ କଣ କରିଛନ୍ତି ତାହାର ହିସାବ ଦେବାର ସମୟ ଆସିଛି ବୋଲି ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା , ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ କଂଗ୍ରେସ ଇସ୍ତାହାର ସମ୍ପର୍କରେ ବର୍ଣ୍ଣନା କରିଥିବା ବେଳେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥ ସ୍ୱରୂପ ଦାସ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଡ ଲଲାଟେନ୍ଦୁ ମହାପାତ୍ର, ବିଧାୟକ ସି ଏସ ରାଜେନ୍ ଏକ୍କା, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।