- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କଟକସ୍ଥିତ ଶିଶୁ ଭବନ ଡାକ୍ତରଖାନା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ହରିଲୁଟର ଅଭିଯୋଗ କଲା ଯୁବ କଂଗ୍ରେସ
(FM News):-- କଟକସ୍ଥିତ ଶିଶୁ ଭବନ ସରକାରୀ ଡାକ୍ତରଖାନା ଯାହାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସ ଅଟେ ଏବଂ ଯାହାକି ଶିଶୁମାନଙ୍କ ପାଇଁ ଓଡ଼ିଶାର ସବୁଠାରୁ ବଡ଼ ଡାକ୍ତରଖାନା । ଏହି ଡାକ୍ତରଖାନାର ଉନ୍ନତିକରଣରେ ବହୁ ଅର୍ଥ ହରିଲୁଟ୍ ହୋଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଅଭିଯୋଗ କରିଛନ୍ତି । ସାଧାରଣ ବର୍ଷାରେ ଶିଶୁ ଭବନ ଭିତରେ କାନ୍ଥ ଭୁଷୁଡିବା ଏବଂ ଛତରୁ ପାଣି ଗଳିବା ଘଟଣା ଏଥିରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ପ୍ରମାଣିତ କରୁଛି। ଗତ ଜୁନ୍ ୨୫ ତାରିଖରେ ସାଧାରଣ ବର୍ଷାରେ ଶିଶୁ ଭବନ କାନ୍ଥ ଭୁଷୁଡି ପଡ଼ିଲା । ଏହି ନିର୍ମାଣର ଉଦ୍ଘାଟନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଙ୍ଗାଙ୍କ ଦ୍ବାରା ଗତ ଅପ୍ରେଲ ୧୧ ତାରିଖ ଦିନ ଉଦ୍ଘାଟିତ ହୋଇଥିଲା। ଉଦ୍ଘାଟନ ହେବାର ୨ ମାସ ଭିତରେ ନୂଆ ନିର୍ମାଣର ଅବସ୍ଥା ସୋଚନୀୟ ହୋଇପଡ଼ିଛି । ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ବିଶ୍ୱାସଘାତକତା । ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଗୃହ ସବୁ ଉଦ୍ଦିଷ୍ଟ ଥିବାବେଳେ ଏବେ ଏହାର ନିର୍ମାଣ ନିମ୍ନମାନ ହୋଇଥିବାରୁ ସେଠାରେ ଛୋଟ ଛୋଟ ପିଲାମାନଙ୍କ ଚିକିତ୍ସା ବିପଦଜନକ ହୋଇପଡ଼ିଛି । ଏହି ଦୁର୍ନୀତିର ଚେର ନିଶ୍ଚିତ ଭାବରେ ଲମ୍ବା ତେଣୁ ଏହି କାର୍ଯ୍ୟ ନିର୍ବାହ ଦାୟିତ୍ବରେ ଥିବା ଓଡ଼ିଶା ସରକାରଙ୍କର ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହ କାର୍ଯ୍ୟନିର୍ବାହୀ ଯନ୍ତ୍ର, କଣ୍ଟ୍ରାକ୍ଟର, ସାଇଟିରେ ଥିବା ଇଞ୍ଜିନିୟର, ପ୍ରୋଜେକ୍ଟ ମ୍ୟାନେଜର ଏବଂ ଦାୟିତ୍ବରେ ଥିବା ସ୍ଵାସ୍ଥ୍ୟ ବିଭାଗର ପଦାଧୂକାରୀ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବ କଂଗ୍ରେସ ତରଫରୁ ଦାବି କରାଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬ ମସିହାରେ ଏହି ପ୍ରୋଜେକ୍ଟର ଶୁଭ ଦିଆଯାଇଥିଲା ଏବଂ ଏଥିରେ ୧୧୭ କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ହୋଇଥିଲା। ଏହି ପ୍ରୋଜେକ୍ଟ ୨୦୨୦ ମେ ମାସ ସୁଧା ସମାପ୍ତ ହେବ ବୋଲି ସ୍ଥିର ହୋଇଥିବାବେଳେ ତତ୍କାଳୀନ ସରକାରୀ ଉଦାସିନତାରୁ ସମୟ ଗଡ଼ିଗଡ଼ି ତାହା ଏବେ ନିକଟରେ ଲୋକାର୍ପିତ ହେଲା । ଏହାର ଖର୍ଚ୍ଚ ୧୧୭ କୋଟି ଟଙ୍କା ବଢ଼ି ୧୩୦ କୋଟି ଟଙ୍କା ପର୍ଯ୍ୟନ୍ତ ଗଲା । ଏ ରାଜ୍ୟର କୁନି କୁନି ପିଲାମାନେ ଯେଉଁଠାରେ ସରକାରୀ ଚିକିତ୍ସା ପାଇବେ ତାହାର ଅବସ୍ଥା ବିପଦଗ୍ରସ୍ତ ହୋଇପଡ଼ିଛି । ଏହାର କାର୍ଯ୍ୟନିର୍ବାହରେ ନଖରୁ ସିଖ ପର୍ଯ୍ୟନ୍ତ ଦୁର୍ନୀତି ଭରି ରହିଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଏହା ରାଜ୍ୟର ଚିକିତ୍ସା ବ୍ୟବସ୍ଥାର ଦୂରାବସ୍ଥାକୁ ପ୍ରମାଣିତ କରିଛି। ଏଣୁ ସରକାର ସରକାର ତୁରନ୍ତ ଏହି ଦୁର୍ନୀତିର ପର୍ଦାଫାଶ କରିବା ସହ ଏଥିରେ ସଂପୃକ୍ତ ଅଧୂକାରୀ ଏବଂ ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବ କଂଗ୍ରେସ ଦାବି କରୁଛି।