- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
କୋଶଲି ସର୍ଟ ଫିଲ୍ମ " କୋକୁଆ " କୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାର
ବଲାଙ୍ଗିର, ୨ ମଇ - ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ୧୫ ତମ ଦାଦା ସାହେବ ଫାଲକେ ଚଳଚିତ୍ର ଉତ୍ସଵ ୨୦୨୫ ରେ ଭାଗନେଇ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାରରେ ଯୋଗ୍ୟ ବିବେଚିତ ହେବାର ସୌଭାଗ୍ୟ ଲାଭ କରିଛି ଏ ନିୟୁ ଫିଲ୍ମ ବେନରରେ ପ୍ରସ୍ତୁତ କୋଶଲି ସର୍ଟ ଫିଲ୍ମ କୋକୁଆ । ପ୍ରୋଯୋଜକ ସମୀର ରଞ୍ଜନ ରଣାଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ନିର୍ଦେଶନା, ସମ୍ପାଦନା ତଥା ଯୁଗ୍ମ ପ୍ରୋଯୋଜନା କରିଛନ୍ତି ଯୁବ ନିର୍ଦେଶକ ସୋମ୍ୟ ରଞ୍ଜନ ରଣା। ଲଳିତ ପୂଜାରୀ ଓ ଶ୍ରୀନିବାସ ମିଶ୍ର ଅଭିନୀତ ଏହି ଚଳଚିତ୍ରରେ କୃଷ୍ଣ ଚନ୍ଦ୍ର ସେନ୍ଦରିଆ ଓ ସାଇ ଚରଣଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ନିଜେ ଏ. ସାଇ ଚରଣ। କ୍ୟାମେରା ପରିଚାଳନା କରିଛନ୍ତି ସଂଗ୍ରାମ ମହାପାତ୍ର। ସେହିପରି ସଂଳାପ ପରିଚାଳନାରେ ଦୟା ସାଗର ଧରୁଆ। ଗତକାଲି ନୂଆଦିଲ୍ଲୀ ରେ ଏକ ବର୍ଣାଢ୍ୟ ଉତ୍ସବରେ ଏହାକୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ବିଭାଗରେ ପୁରସ୍କୃତ କରାଯାଇଛି।
ସୂଚନା ଯୋଗ୍ୟ ଯେ, ପଶ୍ଚିମ ଓଡିଶାର ବରିଷ୍ଠ କଣ୍ଠଶିଳ୍ପୀ ମୁରଲି ଧାରି ପତିଙ୍କ କଣ୍ଠଦାନରେ ଫୁଲେ ଫଲେ ପତର ଡାଲେ ସବୁ ଠାନେ ରହିଛୁ ଗୀତ ଅତ୍ୟନ୍ତ ହୃଦୟ ସ୍ପର୍ଶି ହେବା ସହ ଦର୍ଶକଙ୍କର ପ୍ରଶଂସା ସାଉଁଟିବାରେ ସଫଳତା ଲାଭ କରିଛି । ପଶ୍ଚିମ ଓଡିଶାର ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚିତ୍ର ଖୁବ ଶୀଘ୍ର ଏକ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ପ୍ରୋଯାଜନା ସଂସ୍ଥା ସୂତ୍ରରୁ ପ୍ରକାଶ ।