- ‘ଅପରେସନ ସିନ୍ଦୁର’ ପରେ କୂଟନୈତିକ ପଦକ୍ଷେପର ଆବଶ୍ୟକତା ରହିଛି, କିନ୍ତୁ ଦ୍ୱିମୁଖୀ ମାନଦଣ୍ଡ କାହିଁକି: କଂଗ୍ରେସ
- ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲ...
- ଗଛରେ ପିଟିଲା କାର : ୩ ମୃତ, ଜଣେ ଗୁରୁତର
- ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
- ଆତଙ୍କବାଦର ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ : ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ
ବିଜେପିର 'ଅପରେସନ୍ ସିନ୍ଦୁର' ରାଜନିତୀକରଣ ବିରୁଦ୍ଧରେ କଂଗ୍ରେସର ଦେଶ ବ୍ୟାପି ଆନ୍ଦୋଳନ ଡାକରା

ଜଗଦାନନ୍ଦ ପ୍ରଧାନ
ସଂପାଦକ,ଫାଷ୍ଟ ମେଲ୍
କଂଗ୍ରେସ ପାର୍ଟି ବୁଧବାର ବିଜେପିର ଅପରେସନ୍ ସିନ୍ଦୁରକୁ ନେଇ ରାଜନୀତିକରଣ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କରଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିମଧ୍ୟସ୍ଥତା କରିବା ଦାବି ଏବଂ ଅପରେସନ୍ ସିନ୍ଦୁର ବନ୍ଦ ହେବା ନେଇ ନୀରବତା ଉପରେ ପ୍ରଶ୍ନ ଉଠାଇବା ସହ ଦେଶବ୍ୟାପୀ ଏହାକୁ ନେଇ ଜୋରଦାର ଆନ୍ଦୋଳନ କରିବାକୁ ଘୋଷଣା କରିଛି।
ବରିଷ୍ଠ ନେତାଙ୍କ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଂସଦ ତଥା ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ଏବଂ ଦଳର ମିଡିଆ ଓ ପ୍ରଚାର ବିଭାଗ ମୁଖ୍ୟ ପବନ ଖେରା କହିଛନ୍ତି ଯେ ବିଜେପି ସୈନ୍ୟ କାର୍ଯ୍ୟକୁ ନିଜ ପାଇଁ ବ୍ରାଣ୍ଡ କରିବାକୁ ଚେଷ୍ଟା କରୁଛି, ଯେତେବେଳେ ଏହି ଅପରେସନ୍ ସଶସ୍ତ୍ର ବାହିନୀ ଏବଂ ଦେଶର ଅଟେ।
କଂଗ୍ରେସ ଘୋଷଣା କରିଛି ଯେ ଆଗାମୀ ଦିନରେ ସରକାରଙ୍କଠାରୁ ଉତ୍ତର ଦାବି କରିବା ପାଇଁ ବିଭିନ୍ନ ରାଜ୍ୟରେ ଜୟ ହିନ୍ଦ ରାଲିର ଆୟୋଜନ କରାଯିବ ଏବଂ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ।
ରମେଶ କହିଛନ୍ତି, ବୈଠକରେ ଦଳ ଦ୍ୱାରା ଏକ ପ୍ରସ୍ତାବ ପାରିତ ହୋଇଛି। ଗତ ୨୦ ଦିନରେ ଏହା ବରିଷ୍ଠ କଂଗ୍ରେସ ନେତାଙ୍କର ତୃତୀୟ ବୈଠକ ଥିଲା। ୨୨ ଏପ୍ରିଲରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀ ଏକତା ଦେଖାଇବା ସହ ଏ ସଂପର୍କରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ଏବଂ ଅପରେସନ୍ ସିନ୍ଦୁରକୁ ସ୍ୱାଗତ କରିଛନ୍ତି।
ସେ କହିଛନ୍ତି ଯେ ଆମେ ସରକାର ଏବଂ ସଶସ୍ତ୍ର ବାହିନୀ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛୁ। ଆମେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛୁ। ଆମେ ଏକ ସର୍ବଦଳୀୟ ବୈଠକ ଦାବି କରିଥିଲୁ ଏବଂ ଦୁଇଟି ବୈଠକ ହୋଇଛି, କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ବି ବୈଠକରେ ଉପସ୍ଥିତ ନ ଥିଲେ। ଏହି ବୈଠକଗୁଡ଼ିକ କେବଳ ଔପଚାରିକତା ଥିଲା।
କଂଗ୍ରେସ ସଭାପତି ଏବଂ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା ପାଇଁ ଏକ ବିଶେଷ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି, ଯାହା ଦ୍ୱାରା ସାମୁହିକ ଦୃଢ଼ତାର ବାର୍ତ୍ତା ପ୍ରେରଣ କରାଯାଇପାରିବ। ରମେଶ କହିଛନ୍ତି, ଏହା ୧୯୯୪ ଫେବୃଆରୀ ୨୨ରେ PoK ଉପରେ ସର୍ବସମ୍ମତିକ୍ରମେ ପାରିତ ପ୍ରସ୍ତାବକୁ ପୁନର୍ବାର ଦୋହରାଇବାର ଏକ ଅବସର।
ରମେଶ କହିଛନ୍ତି, କଂଗ୍ରେସ ପ୍ରଶ୍ନ ଉଠାଇଛି ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କାହିଁକି ଯୁଦ୍ଧବିରତି ଘୋଷଣା କରିଛନ୍ତି, ଯାହା ଅଭୂତପୂର୍ବ ଥିଲା। ପ୍ରଧାନମନ୍ତ୍ରୀ ଏହା ଉପରେ କିଛି କହୁନାହାନ୍ତି।
ମିଡିଆ ରିପୋର୍ଟକୁ ଦର୍ଶାଇ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ୨୫ ମେରେ ଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରୁଛନ୍ତି, କିନ୍ତୁ ଅଣଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କୁ ବାଦ ଦିଆଯାଇଛି। ଅପରେସନ୍ ସିନ୍ଦୁରର ରାଜନୀତିକରଣ ହେବା ଉଚିତ ନୁହେ। ପ୍ରଧାନମନ୍ତ୍ରୀ କାହିଁକି କେବଳ ଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କ ସହ ୨୫ ମେରେ ବୈଠକ କରୁଛନ୍ତି? ବିରୋଧୀ ଶାସିତ ରାଜ୍ୟ ଏବଂ ସେମାନଙ୍କ ମୁଖ୍ୟମନ୍ତ୍ରୀମାନଙ୍କୁ କାହିଁକି ନୁହେଁ? ବୋଲି ସେ ପଚାରିଛନ୍ତି।
ରମେଶ ବିଜେପି ଉପରେ ଅପରେସନ୍ ସିନ୍ଦୁରର ରାଜନୀତିକରଣ କରିବାର ଅଭିଯୋଗ ଲଗାଇ ଏହାକୁ ତୀବ୍ର ଭାବେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କର ନୀରବତା ଏବଂ ରାଜନୀତିକରଣକୁ ନେଇ ନିନ୍ଦା କରୁଛୁ।
ପ୍ରଧାନମନ୍ତ୍ରୀ ଆମେରିକାର ଭୂମିକା ଉପରେ ଦେଶକୁ ବିଶ୍ୱାସରେ ନେଉ ନାହାନ୍ତି କାହିଁକି? ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୁନର୍ବାର କହିଛନ୍ତି ଯେ ସେ ମଧ୍ୟସ୍ଥତା କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ଉପରେ ନୀରବ କାହିଁକି? ରମେଶ ପଚାରିଛନ୍ତି।
ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯିବା ଉଚିତ ଏବଂ ସଂସଦର ଏକ ବିଶେଷ ଅଧିବେଶନ ଆହ୍ୱାନ କରାଯିବା ଉଚିତ। ଏକପଟେ ଖାର୍ଗେ ଜୀ ଏବଂ ରାହୁଲ ଜୀ ଏକତା ବିଷୟରେ କହୁଛନ୍ତି, ଏବଂ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନୀରବ ରହିଛନ୍ତି ଏବଂ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ରାଜି ହେଉନାହାନ୍ତି।