Breaking News
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
- ଟଙ୍କାର ବିନିମୟ ମୂଲ୍ୟ ସର୍ବନିମ୍ନ ସ୍ତରକୁ ପହଞ୍ଚିବା ଆମ ଅର୍ଥନୀତିର ଗତି କେଉଁ ଦିଗକୁ ?
- ଭୁବନେଶ୍ୱର ଜିତିଲେ, ଓଡିଶା ଜିତିବ
- ମହାନ ସମ୍ବିଧାନକୁ ବିଜେପି ଖଣ୍ଡ ଖଣ୍ଡ କରି ଖତମ କରିବାକୁ ଚାହୁଁଛି : କଂଗ୍ରେସ
ସଲମାନ୍ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ମାନସିକ ବିକାର ଗସ୍ତ, ପୋଲିସ ପକ୍ଷରୁ ନୋଟିସ ଜାରି
FMNEWS.IN
15-04-2025
ମୁମ୍ବାଇ, 15 ଏପ୍ରିଲ୍ : ଫିଲ୍ମ ଅଭିନେତା ସଲମାନ୍ ଖାନଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ବ୍ୟକ୍ତି ଗୁଜରାଟର ବାସିନ୍ଦା ଓ ମାନସିକ ବିକାରଗ୍ରସ୍ତ । ଏଥିପାଇଁ ପୋଲିସ ତାଙ୍କୁ ନୋଟିସ ଦେଇ ପଚରାଉଚରା ପାଇଁ ମୁମ୍ବାଇ ଆସିବାକୁ କହିଛି । ପୋଲିସ ସୂତ୍ର ମଙ୍ଗଳବାର କହିଛି ଯେ, ସଲମାନ ଖାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଫୋନ୍ କଲ୍ ଟ୍ରେସ କରିବା ପରେ ଜଣାପଡିଛି ଯେ, ଏହି କଲ୍ ଗୁଜରାଟର ଭଦୋଦରର ୱାଘୋଡିଆ ତହସିଲରେ ଥିବା ଏକ ଗାଁରୁ ଆସିଛି । ଧମକ ଦେଇଥିବା ବ୍ୟକ୍ତିର ପରିଚୟ 26 ବର୍ଷୀୟ ମୟଙ୍କ ପାଣ୍ଡ୍ୟା । ଏହାପରେ ମୁମ୍ବାଇ ପୋଲିସ ଟିମ୍ ସୋମବାର ତତ୍କାଳ ୱାଘୋଡିଆ ପହଂଚିଥିଲେ ଏବଂ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହିଁଥିଲା । ସେହିପରି ସମୟରେ ଧମକ ଦେଇଥିବା ବ୍ୟକ୍ତି ମାନସିକ ଭାବେ ବିକାରଗ୍ରସ୍ତ ଓ ତାଙ୍କର ଚିକିତ୍ସା ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିପାଇଁ ପୋଲିସ ତାକୁ ନୋଟିସ ଦେଇ ପଚରାଉଚରା ପାଇଁ ମୁମ୍ବାଇ ଆସିବାକୁ କହିଛି ।