- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର
ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ

ଜୟପୁର 8 ମଇ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜସ୍ଥାନ,ଯାହା ପାକିସ୍ଥାନର ସୀମା ସଂଲଗ୍ନ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି।ରାଜ୍ୟ ସରକାର ସୁରକ୍ଷା କାରଣରୁ ସୀମାନ୍ତ ଜିଲ୍ଲାର ଛଅଟି ଜିଲ୍ଲା-ଜୋଧପୁର,ଫଳୋଦୀ,ଜୈସଲମେର,ବାଡମେର,ଶ୍ରୀଗଙ୍ଗାନଗର ଏବଂ ବିକାନେରରେସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କ ଛୁଟି ଘୋଷଣା କରିଛନ୍ତି।ଜୋଧପୁରରେ କେବଳ ସ୍କୁଲ ନୁହେଁ ବରଂ ସମସ୍ତ କଲେଜ ମଧ୍ୟ ବନ୍ଦ କରିଦିଆଯାଇଛି।ଏହି ନିର୍ଦ୍ଦେଶ ଆଠ ମଇରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।ବୁଧବାର ରାତି 12ଟା ସମୟରୁ ଗୁରୁବାର ସକାଳ 4ଟା ପର୍ଯ୍ୟନ୍ତ ଜୋଧପୁରରେ ବ୍ଲାକ ଆଉଟ ହୋଇଥିଲା।ଏହି ସମୟରେ ସମଗ୍ର ସହରର ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଥିଲା ଏବଂ ପୋଲିସର ଟିମ ପେଟ୍ରୋଲିଂରେ ରହିଥିଲେ।ବୀକାନେର,କିଶନଗଢ ଏବଂ ଜୋଧପୁର ଏୟାରପୋର୍ଟରୁ 10 ମଇ ପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟସ ସ୍ଥଗିତ ରଖାଯାଇଛି।ଜୟପୁର ବିମାନବନ୍ଦରରୁ ମଧ୍ୟ କିଛି ବିମାନ ମଧ୍ୟ ବାତିଲ କରାଯାଇଛି।ଇଣ୍ଡିଗୋ ଏୟାରଲାଇନ୍ସ ବୀକାନେରରୁ 10 ମଇ ପର୍ଯ୍ୟନ୍ତ ସମସ୍ତ ବିମାନ ଉଡାଣ ବାତିଲ କରାଯାଇଛି।ସୁରକ୍ଷା ଦୃଷ୍ଟିକୋଣରୁ ଉତ୍ତର -ପଶ୍ଚିମରେଲୱେର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛି।