- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ମନ୍ତ୍ରାଳୟ ଓ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ଉପରେ ଦେଲେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଜାତୀୟ ସୁରକ୍ଷା ସହ ସଂପୃକ୍ତ ନିକଟର ଘଟଣାବଳୀ ପ୍ରତି ଦୃଷ୍ଟି ଦେଇ କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଜାତୀୟ ପ୍ରସ୍ତୁତି ଓ ଅନ୍ତର-ମନ୍ତ୍ରାଳୟ ସମନ୍ୱୟରେ ସମୀକ୍ଷା କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତିରେ କହିଛି ଯେ, ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପରିଚାଳନ ନିରନ୍ତରତାକୁ ବଜାୟ ରଖିବା ପାଇଁ ମନ୍ତ୍ରାଳୟ ଓ ବିଭିନ୍ନ ଏଜେନ୍ସି ମଧ୍ୟରେ ନିର୍ବିଘ୍ନ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏବେର ସ୍ଥିତିକୁ ମୁକାବିଲା କରିବା ପାଇଁ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ଯୋଜନା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଚିବଙ୍କୁ ନିଜ ନିଜ ମନ୍ତ୍ରାଳୟର ସଂଚାଳନର ବ୍ୟାପକ ସମୀକ୍ଷା କରିବା ଓ ଆବଶ୍ୟକୀୟ ପ୍ରଣାଳୀକୁ ପୂର୍ଣ୍ଣ ସୁରକ୍ଷିତ ସଂଚାଳନକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଥିରେ ତତ୍ପରତା, ଜରୁରୀକାଳୀନ ପ୍ରତିକ୍ରିୟା, ଆନ୍ତରିକ ସଂଚାର ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।