- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କୋଶଲି ସର୍ଟ ଫିଲ୍ମ " କୋକୁଆ " କୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାର
ବଲାଙ୍ଗିର, ୨ ମଇ - ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ୧୫ ତମ ଦାଦା ସାହେବ ଫାଲକେ ଚଳଚିତ୍ର ଉତ୍ସଵ ୨୦୨୫ ରେ ଭାଗନେଇ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାରରେ ଯୋଗ୍ୟ ବିବେଚିତ ହେବାର ସୌଭାଗ୍ୟ ଲାଭ କରିଛି ଏ ନିୟୁ ଫିଲ୍ମ ବେନରରେ ପ୍ରସ୍ତୁତ କୋଶଲି ସର୍ଟ ଫିଲ୍ମ କୋକୁଆ । ପ୍ରୋଯୋଜକ ସମୀର ରଞ୍ଜନ ରଣାଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ନିର୍ଦେଶନା, ସମ୍ପାଦନା ତଥା ଯୁଗ୍ମ ପ୍ରୋଯୋଜନା କରିଛନ୍ତି ଯୁବ ନିର୍ଦେଶକ ସୋମ୍ୟ ରଞ୍ଜନ ରଣା। ଲଳିତ ପୂଜାରୀ ଓ ଶ୍ରୀନିବାସ ମିଶ୍ର ଅଭିନୀତ ଏହି ଚଳଚିତ୍ରରେ କୃଷ୍ଣ ଚନ୍ଦ୍ର ସେନ୍ଦରିଆ ଓ ସାଇ ଚରଣଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ନିଜେ ଏ. ସାଇ ଚରଣ। କ୍ୟାମେରା ପରିଚାଳନା କରିଛନ୍ତି ସଂଗ୍ରାମ ମହାପାତ୍ର। ସେହିପରି ସଂଳାପ ପରିଚାଳନାରେ ଦୟା ସାଗର ଧରୁଆ। ଗତକାଲି ନୂଆଦିଲ୍ଲୀ ରେ ଏକ ବର୍ଣାଢ୍ୟ ଉତ୍ସବରେ ଏହାକୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ବିଭାଗରେ ପୁରସ୍କୃତ କରାଯାଇଛି।
ସୂଚନା ଯୋଗ୍ୟ ଯେ, ପଶ୍ଚିମ ଓଡିଶାର ବରିଷ୍ଠ କଣ୍ଠଶିଳ୍ପୀ ମୁରଲି ଧାରି ପତିଙ୍କ କଣ୍ଠଦାନରେ ଫୁଲେ ଫଲେ ପତର ଡାଲେ ସବୁ ଠାନେ ରହିଛୁ ଗୀତ ଅତ୍ୟନ୍ତ ହୃଦୟ ସ୍ପର୍ଶି ହେବା ସହ ଦର୍ଶକଙ୍କର ପ୍ରଶଂସା ସାଉଁଟିବାରେ ସଫଳତା ଲାଭ କରିଛି । ପଶ୍ଚିମ ଓଡିଶାର ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚିତ୍ର ଖୁବ ଶୀଘ୍ର ଏକ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ପ୍ରୋଯାଜନା ସଂସ୍ଥା ସୂତ୍ରରୁ ପ୍ରକାଶ ।