- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଦେଶର ଅର୍ଥନୀତିର ବିକାଶ କ୍ଷେତ୍ରରେ ମାଇନିଙ୍ଗ ସେକ୍ଟରର ରହିଛି ପ୍ରମୁଖ ଭୂମିକା- କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ
ଭୁବନେଶ୍ୱର, 20 ଜାନୁଆରି:-ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଜି କିଶନ ରେଡ୍ଡୀ । ଏହି ଅବସରରେ ସେ କହିଛନ୍ତି ଯେ, ଦେଶର ଅର୍ଥନୀତିର ବିକାଶ କ୍ଷେତ୍ରରେ ମାଇନିଙ୍ଗ ସେକ୍ଟର ପ୍ରମୁଖ ଭୂମିକା ରହିଛି । କେନ୍ଦ୍ରରେ ଥିବା ମୋଦି ସରକାର ଆତ୍ମନିର୍ଭର ଭାରତ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ।
ମାଇନିଙ୍ଗ ସେକ୍ଟରର ସିଂହ ଭାଗ ଅବଦାନ ଅବଦାନ ରହିଛି । ଖଣିଜ ସଂପଦ ହେଉଛି ଦେଶର । ଏହି ସମ୍ପତ୍ତି ଉପରେ ଦେଶବାସୀଙ୍କର ଅଧିକାର ରହିଛି । ତେଣୁ ଏହି ସମ୍ପତ୍ତି ଦେଶବାସୀଙ୍କ ବିକାଶ କ୍ଷେତ୍ରରେ ବିନିଯୋଗ ହେବା ଆବଶ୍ୟକ । ମାଇନିଙ୍ଗ ସେକ୍ଟର ବିନା ଦେଶର ଅର୍ଥନୀତିର ବିକାଶ ଅସମ୍ଭବ । ବିକଶିତ ଭାରତ ପାଇଁ ମାଇନିଙ୍ଗ ସେକ୍ଟରର ବିକାଶ ହେବା ଜରୁରୀ । ଏହାକୁ ନେଇ ମାଇନିଙ୍ଗ ସେକ୍ଟର କ୍ଷେତ୍ରରେ ଉଭୟ କେନ୍ଦ୍ର ସହିତ ରାଜ୍ୟ ମିଳିତ ଭାବେ ଷ୍ଟ୍ରଙ୍ଗ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
କୋଇଲା ଆଉ ମାଇନିଙ୍ଗ ସେକଟର ଦେଶର ଜିଡିପିରେ ୨ ପ୍ରତିଶତ ଅବଦାନ ରହିଛି । ଆଗାମୀ ଦିନରେ ଏହାକୁ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖା ଯାଇଛିବ । ବିଦ୍ୟୁତ, ଶିଳ୍ପ, ନିର୍ମାଣ ଅଟୋ ମୋବାଇଲ, ଷ୍ଟିଲ ସିମେଣ୍ଟ, ଅକ୍ଷୟ ଶକ୍ତି, ଆଦି ବିଭିନ୍ନ କ୍ଷେତ୍ରରେ ସେକ୍ଟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଦେଶର ୭୨ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କଲ ସେକ୍ଟରରୁ ଆସିଥାଏ ।
କୋଇଲା ପ୍ରଡକଶନକୁ ବଢାଇବାର ଆବଶ୍ୟକତା ରହିଛି। ଗତ ଦଶ ବର୍ଷ ଭିତରେ ଦେଶର ୭୬ ପ୍ରତିଶତ କୋଇଲା ଉତ୍ପାଦନ ବଢ଼ିଛି। ଇଲେକ୍ଟ୍ରନିକ ଟେକ୍ନନିକ, ଗ୍ରିନ ଏନର୍ଜି ପାଇଁ ଲିଥିୟମ, କୋପର ଦେଶରେ ଡିମାଣ୍ଡ ବଢ଼ି ବଢ଼ି ଚାଲିଛି। କଲ ଆଉ ମାଇନିଙ୍ଗ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି । ଆଗକୁ କଲ ସେକ୍ଟର ସଂସ୍କାର ପାଇଁ ସବୁ ରାଜ୍ୟ ସହିତ ଆଲୋଚନା ହେବ । ୨୦୧୫ ପୂର୍ବରୁ କୋଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା । କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ଆଇନଗତ ସମସ୍ୟା ଥିଲା । ରାଜ୍ୟ ଗୁଡ଼ିକୁ ଠିକ୍ ଭାବରେ ରାଜସ୍ବ ମିଳୁ ନଥିଲା । ଖଣି ଲିଜ ନବୀକରଣରେ ବି ବିଳମ୍ବ ହେଉଥିଲା । କିନ୍ତୁ କେନ୍ଦ୍ରରେ ମୋଦି ଆସିବା ପରେ ସ୍ଥିତି ବଦଳି ଯାଇଛି । କୋଇଲା ଓ ଖଣି କ୍ଷେତ୍ର ଦେଶର ଅର୍ଥ ବ୍ୟବସ୍ଥାର ମଜବୁତ କ୍ଷେତ୍ରରେ ପରିଣତ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୪୨ ଟି ବ୍ଲକର ନିଲାମ ହୋଇଛି। ଏହା ଯୋଗୁଁ ରାଜ୍ୟ ସରକାର ମାନଙ୍କୁ ଅତିରିକ୍ତ ରାଜସ୍ବ ମିଳୁଛି। ନିଲାମ ପ୍ରିମିୟମ ଓ ରୟାଲିଟି ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକ ଦୁଇ ଲକ୍ଷ ୬୯ ହଜାର କୋଟି ଟଙ୍କାର ରାଜସ୍ବ ପାଇଛନ୍ତି। ୨୦୦୪ ରୁ ୨୦୧୪ ଭିତରେ ରଜ୍ୟୁଡ଼ିକ କିନ୍ତୁ ମାତ୍ର ୫୫ ହଜାର କୋଟି ଟଙ୍କାର ରାଜସ୍ବ ପାଇଥିଲେ।
ଖଣି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ବିକାଶ ଲାଗି ୨୦୧୫ ରେ ସ୍ଥାପିତ ଡିଏମଏଫ ଟ୍ରଷ୍ଟକୁ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। କୋଇଲାରୁ ରୟାଲିଟି ବାବଦକୁ ରଜୁଗୁଡ଼ିକୁ ୩୧ ହଜାର କୋଟି ଟଙ୍କା ଦିଆଯାଇଛି। ଖଣି କାର୍ଯ୍ୟକଳାପ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଜମି ଅଧିଗ୍ରହଣକୁ ତ୍ଵରାନିତ କରନ୍ତୁ। ଜଙ୍ଗଲ ପରିବେଶ ଲାଇସେନ୍ସକୁ ମିଶନ ମୋଡରେ ଦିଆଯାଉ। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଲାଗୁ କରନ୍ତୁ।କ୍ରିଟିକାଲ ମିନେରାଲ ଆମ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। କେନ୍ଦ୍ର ରାଜ୍ୟ ଓ ଘୋରୋଇ ସଂସ୍ଥା ସମସ୍ତେ ମିଶି କାମ କରିବା ଜରୁରୀ। ଇଲିଗାଲ ମାଇନିଙ୍ଗ ରୋକିବା ଆମ ପାଇଁ ଚ୍ୟାଲେଞ୍ଜ ।
ସେ ଦିଗରେ ପଦକ୍ଷେପ ନେବାର ଅବଶ୍ୟକତା ରହିଛି । ଏହାକୁ ରୋକାଯିବା ଦରକାର । କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହଯୋଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।