BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ବଲାଙ୍ଗିରରେ ନିଶା କାରବାର, ଗୋଷ୍ଠି ସଂଘର୍ଷରେ ଜଣେ ଗୁରୁତର

FMNEWS.IN 21-11-2025
Drug trafficking, a serious factor in communal clashes in Balangir

ବଲାଙ୍ଗିର, ୨୧ ନଭେମ୍ବର - ବଲାଙ୍ଗିର ସହରର ଲକ୍ଷ୍ମୀଯୋର ଥାନା ଅନ୍ତର୍ଗତ ଆନନ୍ଦ ନଗର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ବଲାଙ୍ଗିର ଟାଉନ ଥାନା ଶାସ୍ତ୍ରୀ ନଗରର ଭାସ୍କର ପରିଚ୍ଛା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ମାର୍ପିଟ ହୋଇଥିଲା । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଭାସ୍କର ଗୁରୁତର ହୋଇଥିଲେ ହେଁ ମାରଣାସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣକାରୀ ଆକ୍ରମଣରେ ଏକ ସ୍କୁଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଟାଉନ ଥାନା ପିସିଆର୍ ଭ୍ୟାନ୍ ଭାସ୍କରଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସହର ମଧ୍ୟରେ ବେଆଇନ ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଲକ୍ଷ୍ମୀଯୋର ଥାନା ଅଧିକାରୀ ଶୁଭରାଜ ଧରୁଆ ତଦନ୍ତ କରୁଛନ୍ତି । ତଦନ୍ତ ଜାରି ରହିଥିବାରୁ ତଦନ୍ତ ପରେ ସମ୍ପୂର୍ଣ ସୂଚନା ଦିଆଯିବ ବୋଲି ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସହରରେ ବଢ଼ି ଚାଲିଥିବା ନିଶା କାରବାର ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି ।

ପ୍ରକାଶ ଯେ, ବଲାଙ୍ଗିର ସହର ଭିତରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜେଇ ଓ କଫସିରପ ସହ ଚୋରାମଦ କାରବାର ବଢୁଛି। ଚା ପାନ ଦୋକାନରେ ମାଦକ ଦ୍ରବ୍ୟ ଉପଲବ୍ଧ ହେଉଥିବାରୁ ଯୁବଗୋଷ୍ଠି ନିଶାଗ୍ରସ୍ତ ହେଉଛନ୍ତି । ଅପରାଧୀଙ୍କୁ କାବୁ କରିବାରେ ପୁଲିସ ବିଫଳ ହେଉଛି ।