BIG NEWS
ବଲାଙ୍ଗିରରେ ନିଶା କାରବାର, ଗୋଷ୍ଠି ସଂଘର୍ଷରେ ଜଣେ ଗୁରୁତର
ଗୁଜରାଟ- ଘରେ ନିଆଁ ଲାଗି ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ
ସୂଚନା କମିଶନରଙ୍କ ବହିଷ୍କାର ଦାବୀରେ ସୂଚନା ଅଧିକାର କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

FMNEWS.IN 22-11-2025
Shrimandir Management Committee Meeting

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ କହିଛନ୍ତି ଯେ, ଆଜି ବୈଠକରେ ମୁଖ୍ୟତଃ ୫ଟି ବିନ୍ଦୁ ଉପରେ ଆଲୋଚନା ହୋଇଥିଲା । ଗତ ପରିଚାଳନା କମିଟି ବୈଠକର ବିବରଣୀର ଦୃଢୀକରଣ ଏବଂ ବିଭିନ୍ନ ସବ୍ କମିଟିର ଯାହାସବୁ ଆଲୋଚନା ହୋଇଥିଲା, ସେସବୁ ଉପରେ ବିସ୍ତୃତ ଭାବରେ ଆଲୋଚନା ଓ ବିବରଣୀକୁ ଅନୁମୋଦନ କରାଯାଇଥିଲା । ବଜେଟ୍, ସୁରକ୍ଷା ସମ୍ବନ୍ଧୀୟ, ଜମିଜମା ସମ୍ବନ୍ଧୀୟ ଏବଂ ସେବକ କଲ୍ୟାଣ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଯେଉଁସବୁ ଗଚ୍ଛିତ ଅଳଙ୍କାର ରହିଛି ତାର ଗଣତିମଣତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବଂ ସେବାୟତ କଲ୍ୟାଣ ଉପରେ ସେବକମାନେ ଯାହା ମତାମତ ରଖିଥିଲେ ତାଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସମ୍ବନ୍ଧରେ ଆଲୋଚନା ହୋଇଥିଲା ଏବଂ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।