Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସୂଚନା କମିଶନରଙ୍କ ବହିଷ୍କାର ଦାବୀରେ ସୂଚନା ଅଧିକାର କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
FMNEWS.IN
21-11-2025
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ସୂଚନା ଅଧିକାର କର୍ମୀ । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ପକ୍ଷରୁ ରାଜ୍ୟ ସୂଚନା କମିଶନରଙ୍କ ବହିଷ୍କାର ଦାବୀରେ ସୂଚନା ଅଧୀକାର କର୍ମୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ରହିଛି । ସେମାନେ ବିକ୍ଷୋଭ ପ୍ରଦର୍ଶନ କରି ସୂଚନା ନଥିପତ୍ର ମଧ୍ୟ ପୋଡି ଦେଇଛନ୍ତି । ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖାର ଆବାହକ ନୀଳମଣି ଯୋଶୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସୂଚନା କର୍ମୀମାନେ ସାମିଲ ହୋଇଥିବା ଜଣାପଡିଛି ।