ନୁଆପଡା ଉପନିର୍ବାଚନରେ ଶିଶୁମାନଙ୍କ ଦୁରୁପଯୋଗ :ବିଜେପି ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସର ସିଇଓ ନିକଟରେ ଅଭିଯୋଗ

FMNEWS.IN 07-11-2025
Child abuse in Nuapada by-election: Complaint against BJP to Odisha Pradesh Congress CEO
  • ବିଜେପି ନୈତିକତାର ପାଠ ଶିକ୍ଷା ଦିଏ କିନ୍ତୁ କରେ ଅନୈତିକ କାର୍ଯ୍ୟ

ଭୁବନେଶ୍ୱର ତା ୭.୧୧.୨୫:- ନୁଆପଡା ବିଧାନସଭା ଉପ ନିର୍ବାଚନରେ ନିର୍ବାଚନ ଆଦର୍ଶ ଆଚରଣ ନିୟମ ଉଲ୍ଲଂଘନ କରି ଶିଶୁମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ଉଠିଛି। ଏହି ଅଭିଯୋଗ ନେଇ ଆଜି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ (OPCC) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବରେ ଦିଆଯାଇଛି।

ଅଭିଯୋଗ ପତ୍ରରେ କିହାଯାଇଛି ଯେ, ନୁଆପଡା ଉପନିର୍ବାଚନ (୭୧-ନୁଆପଡା ବିଧାନସଭା ମଣ୍ଡଳୀ) ପାଇଁ ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ତାଙ୍କ ଦଳ ଜାଣିଶୁଣି ଶିଶୁମାନଙ୍କୁ ଯାହା ମଧ୍ୟରେ କି ନାବାଳିକା ଝିଅମାନେ ମଧ୍ୟ ଅଛନ୍ତି, ନିଜ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିଛନ୍ତି।

୫ ନଭେମ୍ବର ୨୦୨୫ ରେ ନୁଆପଡା ବିଧାନସଭା ଅନ୍ତର୍ଗତ ଖୁଟାବନ ଭେରା ଗ୍ରାମ ପଞ୍ଚାୟତରେ ଜଣେ ନାବାଳିକା ବିଜେପି ପତାକା ଧରି, ଜୟ ଢୋଲକିଆ ଜିତିବେ ବୋଲି ସ୍ଲୋଗାନ ଦେଉଥିବା ଦେଖାଯାଇଛି। ଏହାସହିତ ଏହିପରି ଶିଶୁମାନଙ୍କ ଦୁରୁପଯୋଗ ନୁଆପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ତଥ୍ୟ ମଧ୍ୟ ମିଳିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଏହି ଭିଡିଓ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଦେଇଛି।

ଏହିପରି କାର୍ଯ୍ୟ ନିର୍ବାଚନ ଆଚରଣ ନିୟମର ଗୁରୁତର ଉଲ୍ଲଂଘନ ଓ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ। ନିର୍ବାଚନ କମିଶନର ଆଦେଶ (ନଂ. ECI/PN/11/2024) ଅନୁଯାୟୀ ଶିଶୁମାନଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିବା ସଂପୂର୍ଣ୍ଣ ନିଷିଦ୍ଧ ଏବଂ ଏହାର ଉଲ୍ଲଂଘନ Child Labour (Prohibition and Regulation) Amendment Act, 2010 ଆଇନ ଅନୁସାରେ ଦଣ୍ଡନୀୟ ।

ଏହା ନିର୍ବାଚନ ପ୍ରକ୍ରିୟାର ସଫଳତା, ମୂଲ୍ୟବୋଧ ଓ ସଂବିଧାନ ଦ୍ୱାରା ପ୍ରଦତ୍ତ ସମାନ ଅଧିକାର ମୂଳ ଆଦର୍ଶକୁ ବିରୋଧ କରୁଛି। ଶିଶୁମାନଙ୍କ ଦୁରୁପଯୋଗ ହେଉଛି ମାନବତା ବିରୋଧୀ ଓ ଅନୈତିକ କାର୍ଯ୍ୟ, ଯାହା ନିର୍ବାଚନ ପ୍ରକ୍ରିୟାର ସମ୍ମାନ ଓ ନିଷ୍ପକ୍ଷତାକୁ ହ୍ରାସ କରୁଛି।

ଏହି ପରିପ୍ରେକ୍ଷିରେ, ଓଡ଼ିଶା ପ୍ରଦେଶ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରୁଛି ଯେ,

ତୁରନ୍ତ ଏହି ମାମଲାରେ ସଂଜ୍ଞାନ ନେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ତାଙ୍କ ଦଳ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଆଗାମୀ ଦିନରେ ଏପରି ଶିଶୁ ଦୁରୁପଯୋଗ ଓ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର ରୋକିବା ପାଇଁ ସଠିକ ନିର୍ଦ୍ଦେଶ ଜାରି କରାଯାଉ । ଉକ୍ତ ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ସୋନାଲି ସାହୁ, ଡ. ମନିଷା ଦାସ ପଟ୍ଟନାୟକ ଓ ମଧୁସ୍ମିତା ଆଚାର୍ଯ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥଲେ।