- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଭଦ୍ରକ, ୧୧ ଜାନୁଆରୀ :- ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଭାବେ ପରିଚିତ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ। ଏହି ପୀଠର ଥିବା ବସଷ୍ଟାଣ୍ଡ ଆବାହନ କାଳରୁ ଆରଡି ବସଷ୍ଟାଣ୍ଡ ଭାବେ ପରିଚିତ ଥିଲା। ଏହି ବସଷ୍ଟାଣ୍ଡକୁ ନୂଆ ରୂପରେଖ ଦେବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ୧୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ସରିଛି। ଏବେ ରାଜ୍ୟ ସରକାର ଏହି ନବନିର୍ମିତ ଆରଡି ବସଷ୍ଟାଣ୍ଡର ନାମ ପରିବର୍ତନ କରାଇ ଅଟଳ ବସଷ୍ଟାଣ୍ଡ ନାମ ଦେଇଥିବାରୁ ରାଜଧାନିରୁ ଶୈବପୀଠ ଯାଏଁ ସବୁ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇ୍ୱା ସହ ରବିବାର ଆରଡି ନାଗରୀକ ମଂଚ ପକ୍ଷରୁ ଦୃଢ଼ ବିରୋଧ କରିବା ସହିତ ଅଟଳ ବସଷ୍ଟାଣ୍ଡ ହଟାଅ, ଆରଡିପୀଠ ବଂଚାଅ ଦାବି କରି ଏକ ଶୋଭାଯାତ୍ରାରେ ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରବେଶ ଦ୍ୱାରକୁ ବାହାରି ନୂତନ ବସଷ୍ଟାଣ୍ଡ ଯାଏଁ ଯାଇଥିଲେ। ସେଠାରେ ଅଟଳ ବସଷ୍ଟାଣ୍ଡ ନାମ ଫଳକ ହଟାଇ ବାବା ଆଖଣ୍ଡଳମଣିଙ୍କ ନାମରେ ବସଷ୍ଟାଣ୍ଡ ନାମ ଦେବାକୁ ଦୃଢତାର ସହ ଦାବି କରି କହିଥିଲେ କି ମଣିବାବାଙ୍କର ଆଶିଷକାମନା ଓ ମାନସିକ ପୁରଣ ପାଇଁ ପୀଠକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକ ପୀଠକୁ ଆସିଥାନ୍ତି। ମଣିବାବାଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭଦ୍ରକର ପ୍ରବେଶ ପଥ ଠାରୁ ଆରମ୍ଭ କରି ଆରଡି ପୀଠରେ ପହଂଚିବା ଯାଏଁ ବାବା ଆଖଣ୍ଡଳମଣି ପୀଠ ଆପଣଙ୍କୁ ସ୍ୱାଗତ ଜଣାଉଛି ବୋଲି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ଓ ବଜାରରେ ନାମଫଳକ ଓ ତୋରଣମାନ କରାଯାଇଛି। ହେଲେ ଆରଡି ପୀଠର ବସଷ୍ଟାଣ୍ଡ ଆବାହନ କାଳରୁ ପହଣା ମୈଜାରେ ରହିଥିଲେ ମଧ୍ୟ ତାହା ଆରଡି ବସଷ୍ଟାଣ୍ଡ ନାମରେ ପରିଚିତ ହୋଇରହିଥିଲା। ଏପରିକି ପୀଠରେ ଭକ୍ତଙ୍କ ସଂଖ୍ୟା ବଢିବାରୁ ବସ୍ ଓ ଘରୋଇ ବସ୍ ରହଣି ନିମନ୍ତେ ପୂର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ କରାଯାଇ ନୂତନ ଆରଡି ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଏହି ନୂଆ ବସଷ୍ଟାଣ୍ଡରେ ପୂର୍ବରୁ ଆରଡି ବସଷ୍ଟାଣ୍ଡ ନାମ ଫଳକ ରହିଥିଲେ ମଧ୍ୟ ତାହାକୁ ପରିବର୍ତନ କରାଯାଇ ଅଟଳ ବସଷ୍ଟାଣ୍ଡ ନାମରେ ନାମିତ ଫଳକ ଲଗାଯାଇଥିବାରୁ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କ ମନରେ କୁଠାରାଘାତ କରିଛି। ସେମାନଙ୍କ କହିବା ଅନୁଯାୟୀ ବାବା ଆଖଣ୍ଡଳମଣି ଏ ଅଂଚଳ ସହ ରାଜ୍ୟବାସୀଙ୍କର ଆରାଧ୍ୟ ଦେବତା। ତାଙ୍କ ନାମ ଧରି କାହିଁ କେତେ ଦୂରରୁ ଭକ୍ତ ଓ ପର୍ଯ୍ୟଟକ ଧାଇଁ ଆସୁଛନ୍ତି ବାବାଙ୍କ ଦର୍ଶନ ପାଇଁ , ହେଲେ ଭକ୍ତଙ୍କର ଧାର୍ମିକ ଭାବନାକୁ ଅକ୍ଷୁନ୍ନ ରଖିବା ପାଇଁ ପୂର୍ବରୁ ନାମିତ ଥିବା ଆରଡି ବସଷ୍ଟାଣ୍ଡ ନାମ ରଖାଯିବା ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପୁର୍ନବିଚାର କରନ୍ତୁ। କେନ୍ଦ୍ର ଓ ରାଜ୍ୟର ଥିବା ବିଜେପି ସରକାର ଓଡ଼ିଆ ଅସ୍ମିତାର ନାରା ଦେବା ସହ ଧର୍ମ, ସଂସ୍କୃତି ଓ ପରମ୍ପରା ଯେପରି ଅକ୍ଷୁନ୍ନ ରହିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମାନ କରାଯାଇଛି। ହେଲେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସେ ଓଡ଼ିଆ ଅସ୍ମିତା ଯେପରି ବଦଳିଯାଇ ଶହଶହ ବର୍ଷର ନାମକୁ ପରିବର୍ତନ କରାଯାଇ ରାଜନେତାଙ୍କ ନାମ ଦିଆଯାଉଛି। ଯାହା ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଦୁଃଖ ଦେଇଛି।
କଣ କହନ୍ତି ଏମାନେ:-
୧- ଡ. ହରିହର କାନୁନଗୋ , କୁଳପତି, ବୈଦିକ ବିଶ୍ୱ ବିଦ୍ୟାଳୟ ତିରୁବନ୍ନାମଲାଇ, ତାମିଲନାଡୁ
ବାବା ଆଖଣ୍ଡଳମଣି ହେଉଛନ୍ତି ଏ ଅଖଣ୍ଡଭୂମିର ମାଲିକ। ତଥା ଏ ପୁରାତନ ଶୈବ କ୍ଷେତ୍ରର ବସଷ୍ଟାଣ୍ଡ ହେଉ କିମ୍ବା ଅନ୍ୟ ପ୍ରକଳ୍ପ ତାର ନାମ ପରିବର୍ତନ କରି ରାଜନୈତିକ ଭାବେ ରାଜନେତା ଓ ମହାପୁରୁଷଙ୍କ ନାମ ଦେବା ଏହା ସମାଜ ପ୍ରତି ସମିଚୀନ ନୁହେଁ। ଏପରି ଯିଏ ଏହି ପ୍ରସ୍ତାବ ଦେଇଥିବା ବାବା ଆଖଣ୍ଡଳମଣି ତାକୁ କେବେ ବି କ୍ଷମା ଦେବେ ନାହିଁ। ବେଳ ଥାଉଁ ଥାଉଁ ବାବାଙ୍କ ପୀଠର ବସଷ୍ଟାଣ୍ଡ ନାମ ପରିବର୍ତନ ନକରି ପୂର୍ବରୁ ଥିବା ଆରଡି ବସଷ୍ଟାଣ୍ଡ ନାମରେ ନାମିତ କଲେ ଏହା ଦେଶ ଓ ରାଜ୍ୟ ପାଇଁ ମଙ୍ଗଳ ଦାୟକ ହେବ।
୨- ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅମୃତ ଦର୍ଶନର ସମ୍ପାଦକ
ବାବା ଆଖଣ୍ଡଳମଣିଙ୍କ ପୀଠ ଭଦ୍ରକ ଜିଲା ଓ ଓଡିଶାର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ପରିଚିତ। ଏହି ପୀଠର ଥିବା ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନ କରି ଅଟଳ ବସଷ୍ଟାଣ୍ଡ ନାମ କରିବା ଏହା ଏକ ଦୁଃଖର ବିଷୟ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଆମର ଭଲ ପାଇବା ଶ୍ରଦ୍ଧା ରହିଛି। ହେଲେ ବାବାଙ୍କ ପୀଠର ବସଷ୍ଟାଣ୍ଡର ନାମକରଣ ପରିବର୍ତନ କରିବା ଠିକ ନୁହେଁ। ଏଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପୁନଃ ବିିଚାର କରି ପୂର୍ବରୁ ଥିବା ଆରଡି ବସଷ୍ଟାଣ୍ଡ ନାମ ରଖିବାକୁ ମୋର ଦାବି।