- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥା

- ଗୋ-ସୁଗମ ପୋର୍ଟାଲରେ ଆବେଦନ କରିପାରିବେ
ଭୁବନେଶ୍ୱର,୨୯ ଏପ୍ରିଲ - ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ନୂତନ ରାଜ୍ୟ ଯୋଜନା ଶୀତଳ ଭଣ୍ଡାର ପାଇଁ ଆର୍ଥକ ସହାୟତା ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଶୀତଳ ଭଣ୍ଡାର ପାଇଁ ଆର୍ଥକ ସହାୟତା ଯୋଜନାରେ ରାଜ୍ୟର ୫୮ ଟି ଉପଖଣ୍ଡ ରେ ଅତି କମରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ।ଏହା ଦ୍ୱାରା ଚାଷୀମାନେ ନିଜ ଫସଲକୁ ସଂରକ୍ଷିତ କରି ରଖିବା ସହିତ ପରବର୍ତୀ ସମୟରେ ବଜାରରେ ଏହାକୁ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ ଓ ଶୀତଳ ଭଣ୍ଡାରରେ ବିଭିନ୍ନ ପନିପରିବା ଓ ଫଳ ସରଂକ୍ଷିତ ହୋଇ ରହିବା ଫଳରେ ବଜାର ମୂଲ୍ୟରେ ନିୟନ୍ତ୍ରଣ ଆସିପାରିବ।
ଏହି ଯୋଜନା ଉନ୍ନତ ବଜାର ଦର ସୁଯୋଗ, କୃଷି ଓ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଦ୍ରବ୍ୟର ମୂଲ୍ୟ-ଯୋଗ ଏବଂ ପ୍ରକ୍ରିୟାକରଣ, ଅମଳ ପରବର୍ତୀ ଫସଲ କ୍ଷୟକ୍ଷତି ଓ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରି ହ୍ରାସ ଏବଂ ଶୀତଳ ଭଣ୍ଡାର ମାଧ୍ୟମରେ ମଧ୍ୟମ ଅବଧି ସଂରକ୍ଷଣ ସୁବିଧା ଯୋଗାଇ କୃଷକମାନଙ୍କ ପାଇଁ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହି ଯୋଜନାଟିର ସୁପରିଚାଳନା ନିମନ୍ତେ ୫ବର୍ଷ ଅବଧି (୨୦୨୫-୨୬ ରୁ ୨୦୨୯-୩୦) ପାଇଁ ୨୫୨.୦୦କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି।
ଏହି ଯୋଜନାରେ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ମହିଳା/ ତୃତୀୟ ଲିଙ୍ଗ ହିତାଧିକାରୀ ଏବଂ ଅନୁସୂଚିତ ଅଞ୍ଚଳର ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ବା ସର୍ବାଧିକ ୬.୫୦କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ ଏବଂ ଅନ୍ୟାନ୍ୟ ହିତାଧିକାରୀ ଙ୍କୁ ସ୍ଥାୟୀ ପୁଞ୍ଜି ବ୍ୟୟର ୫୦% ବା ସର୍ବାଧିକ ୬.୦୦ କୋଟି ଟଙ୍କା ସବସିଡି ପ୍ରଦାନ କରାଯିବ। ସ୍ଥାୟୀ ପୁଞ୍ଜି ଉପରେ ୬% ସୁଧରେ ଆର୍ଥକ ସହାୟତା ପ୍ରଦାନ କରାଯିବ । କାର୍ଯ୍ୟକାରୀ ପୁଞ୍ଜିର ଋଣ ଉପରେ ଲାଗୁ ହେଉଥିବା ସୁଧ ଉପରେ ମଧ୍ୟ ଫେରସ୍ତର ପ୍ରଓବଧାନ କରାଯାଇଛି । ନୂତନ ଶୀତଳ ଭଣ୍ଡାର, ପୁରାତନ ଶୀତଳ ଭଣ୍ଡାର ଏବଂ ଭବିଷ୍ୟତରେ ପୁନଃରୁଦ୍ଧଓର ହେବାକୁ ଥିବା ଶୀତଳ ଭଣ୍ଡାରର ବିଦ୍ୟୁତ ଶୁଳ୍କ ଉପରେ ୭ ବର୍ଷ ପର୍ଯ୍ୟନ୍ତ ୫୦% ରିହାତିର ସୁବିଧା ରହିଛି ଓ ଅଣକାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରର ପୁନଃରୁଦ୍ଧଓର ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆର୍ଥକ ପ୍ରଓବଧାନ ରହିଛି ।
ଆଗ୍ରହୀ ବ୍ୟକ୍ତି, ସମୁହ ପଞ୍ଜୀକୃତ ଚାଷୀ (କୃଷକ ଉତ୍ପାଦକ ଗୋଷ୍ଠୀ, ଆଗ୍ରହୀ କୃଷକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସମବାୟ ସମିତି), ପଞ୍ଜିକୃତ ଗୋଷ୍ଠୀ ଆଧାରିତ ସଂସ୍ଥା, ଶିଳ୍ପ ସଂଘ ଏବଂ ଘରୋଇ ଉଦ୍ୟୋଗୀମାନେ ଆବଶ୍ୟକ ପ୍ରମାଣପତ୍ର ସହିତ ରାଜ୍ୟ ସରକାରଙ୍କ ଗୋ-ସୁଗମ ପୋର୍ଟାଲରେ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ଓ ଘରୋଇ ଉଦ୍ୟୋଗୀ ନିକଟସ୍ଥ ଉଦ୍ୟାନକୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ । ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୨୧ ଜଣ ଉଦ୍ୟୋଗୀ ଏହି ଯୋଜନାରେ ଗୋ- ସୁଗମ ପୋର୍ଟାଲରେ ଆବେଦନ କରିଛନ୍ତି।