- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- ଭୋଟଦାନରୁ ମତଦା ନରୁ ବିରତ ରହିବା ଯାହା, ବିଜେପିକୁ ପରୋକ୍ଷ ସମର୍ଥନ କରିବା ତାହା
ଭୁବନେଶ୍ବର, ୮/୯: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହିବା ନିଷ୍ପତ୍ତି ନେଇ ବିଜେଡି ଓଡିଶାବାସୀଙ୍କୁ ଲଜ୍ଜିତ କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି । ଏକ ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ବିଜେପି-ବିଜେଡି ଏକ ଅଘୋଷିତ ମେଣ୍ଟ ରାଜନୀତିରେ ଅଛନ୍ତି ବୋଲି ସମସ୍ତେ ଜାଣନ୍ତି । ଗତ ୱାକଫ ବିଲ ପ୍ରକରଣରେ ବିଜେଡିର ଦ୍ୱନ୍ଦ୍ୱରୁ ଉଭୟ ଦଳ କୋଳାକୋଳି ହେଉଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ରାଜ୍ୟର ପ୍ରକୃତ ପ୍ରମୁଖ ବିରୋଧୀ ଦଳ ବୋଲି ପୁଣି ଆସ୍ଥାଭାଜନ ହେବାର ସୁଯୋଗ ଥିଲା । କିନ୍ତୁ ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା । ପୂର୍ବଭଳି ସିବିଆଇ-ଇଡି ଭୟରେ ଏଥର ମଧ୍ୟ ବିଜେପି ପାଇଁ ପରୋକ୍ଷରେ ବିଜେଡି କାମ କଲା । କାରଣ, ଭୋଟଦାନରୁ ବିରତ ରହିବା ଅର୍ଥ, କେନ୍ଦ୍ରରେ ଶାସକ ଦଳର ପ୍ରାର୍ଥୀଙ୍କୁ ପରୋକ୍ଷ ସମର୍ଥନ ବୋଲି ଶ୍ରୀ ଦାସ କହିଛନ୍ତି । ଏଥିପାଇଁ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ଦାସ ସତର୍କ କରାଇ ଦେଇଛନ୍ତି ।