- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- ଭୋଟଦାନରୁ ମତଦା ନରୁ ବିରତ ରହିବା ଯାହା, ବିଜେପିକୁ ପରୋକ୍ଷ ସମର୍ଥନ କରିବା ତାହା
ଭୁବନେଶ୍ବର, ୮/୯: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହିବା ନିଷ୍ପତ୍ତି ନେଇ ବିଜେଡି ଓଡିଶାବାସୀଙ୍କୁ ଲଜ୍ଜିତ କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି । ଏକ ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ବିଜେପି-ବିଜେଡି ଏକ ଅଘୋଷିତ ମେଣ୍ଟ ରାଜନୀତିରେ ଅଛନ୍ତି ବୋଲି ସମସ୍ତେ ଜାଣନ୍ତି । ଗତ ୱାକଫ ବିଲ ପ୍ରକରଣରେ ବିଜେଡିର ଦ୍ୱନ୍ଦ୍ୱରୁ ଉଭୟ ଦଳ କୋଳାକୋଳି ହେଉଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ରାଜ୍ୟର ପ୍ରକୃତ ପ୍ରମୁଖ ବିରୋଧୀ ଦଳ ବୋଲି ପୁଣି ଆସ୍ଥାଭାଜନ ହେବାର ସୁଯୋଗ ଥିଲା । କିନ୍ତୁ ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା । ପୂର୍ବଭଳି ସିବିଆଇ-ଇଡି ଭୟରେ ଏଥର ମଧ୍ୟ ବିଜେପି ପାଇଁ ପରୋକ୍ଷରେ ବିଜେଡି କାମ କଲା । କାରଣ, ଭୋଟଦାନରୁ ବିରତ ରହିବା ଅର୍ଥ, କେନ୍ଦ୍ରରେ ଶାସକ ଦଳର ପ୍ରାର୍ଥୀଙ୍କୁ ପରୋକ୍ଷ ସମର୍ଥନ ବୋଲି ଶ୍ରୀ ଦାସ କହିଛନ୍ତି । ଏଥିପାଇଁ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ଦାସ ସତର୍କ କରାଇ ଦେଇଛନ୍ତି ।