ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା

FMNEWS.IN 09-09-2025
Vice Presidential Election: A Test of NDA's Numbers, Discontent and Integrality

By Jagadananda Pradhan

Editor, Fast Mail News

ଚଳିତ ଉପରାଷ୍ଟ୍ରପତି ନିର୍ବାଚନ କଣ ଏନଡିଏ ପ୍ରାର୍ଥୀଙ୍କ ପାଇଁ ଏକ ସହଜ ବିଜୟର ପଥ ଦେଖାଇବ? ବୋଧହୁଏ ନୁହେଁ, କାରଣ ରାଜନୀତିରେ ସଂଖ୍ୟା ଗଣିତ ସରଳ ଓ ସିଧାସଳଖ ହୋଇ ନଥାଏ।

କିଏ ହେବେ ଉପରାଷ୍ଟ୍ରପତି?

ବିଜେପିରେ କ୍ରସ-ଭୋଟିଂର ଆଶଙ୍କା ଏବଂ ଏନଡିଏ ଭିତରେ ବଢ଼ୁଥିବା ଅସନ୍ତୋଷର ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ଭାରତର ରାଜନୈତିକ ପରିଦୃଶ୍ୟକୁ ନୂଆ ରୂପ ଦେଇପାରେ।

ସଂଖ୍ୟା ତ ସ୍ପଷ୍ଟ ଦେଖାଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତାଙ୍କ ନେତୃତ୍ୱାଧୀନ ଏନଡିଏ ସହଯୋଗୀଙ୍କ ପାଖରେ ସଂସଦରେ ବହୁମତ ରହିଛି। ସେମାନଙ୍କ ପାଖରେ ୪୨୭ ଜଣ ସାଂସଦ ଅଛନ୍ତି। ଅନ୍ୟପକ୍ଷରେ, ବିପକ୍ଷ ଦଳ ଇଣ୍ଡିଆ ପାଖରେ ମାତ୍ର ୩୫୩ ଜଣ ସାଂସଦ ଅଛନ୍ତି। ଉପରାଷ୍ଟ୍ରପତି ପଦ ନିର୍ବାଚନରେ ଜିତିବା ପାଇଁ କୌଣସି ପ୍ରାର୍ଥୀଙ୍କୁ ୩୯୨ ଭୋଟର ଆବଶ୍ୟକତା ରହିଛି।

ସିଧାସଳଖ ଗଣିତ ଅନୁସାରେ ବିଜେପି-ଏନଡିଏର ପୂର୍ବତନ ରାଜ୍ୟପାଳ ସି ପି ରାଧାକୃଷ୍ଣନଙ୍କ ସହଜ ବିଜୟର ସଙ୍କେତ ମିଳୁଛି। କିନ୍ତୁ ରାଜନୀତି କେବଳ ଗଣିତ ଉପରେ ନିର୍ଭର କରେ ନାହିଁ। ଗତ କିଛି ସପ୍ତାହ ମଧ୍ୟରେ ଅସହମତି, ଲବି ଏବଂ କ୍ରସ-ଭୋଟିଂର ଆଶଙ୍କାର ଖବର ବିଜେପି ନେତୃତ୍ୱକୁ ଅସ୍ଥିର କରିଛି।

ବିପକ୍ଷ ପ୍ରାର୍ଥୀ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି। ଏହା ଏଥିପାଇଁ ନୁହେଁ ଯେ ଇଣ୍ଡିଆ ବ୍ଲକ ପାଖରେ ସଂଖ୍ୟାବଳ ଅଛି ।ବରଂ ବିଜେପି ନିଜ ଘର ପ୍ରତି ଏଥର କମ ଆତ୍ମବିଶ୍ୱାସୀ ଦେଖାଉଛି ।

ସାଧାରଣତଃ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେହିପରି ଉତ୍ସାହ ଦେଖାଯାଏ ନାହିଁ , ଯେପରି ସାଧାରଣ ନିର୍ବାଚନ ବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନିର୍ବାଚନରେ ଦେଖାଯାଏ। ତଥାପି, ଏଥର ବହୁତ କିଛି ଦାଊରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସି ପି ରାଧାକୃଷ୍ଣନଙ୍କ ବିଜୟ ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିଛନ୍ତି।

ତେବେ ଉଭୟଙ୍କ ପାଇଁ ଅସୁବିଧାର କାରଣ କେବଳ ସଂଖ୍ୟା ବଳ ନୁହେଁ। ବିଜେପି ବିଶେଷକରି ଏନଡିଏ ଭିତରେ ଜଳୁଥିବା ଅସନ୍ତୋଷର ବହ୍ନି। ଶୁଣିବାକୁ ମିଳେ ଯେ ଏନଡିଏରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ନିଜର ବିକଳ୍ପଗୁଡ଼ିକ ଉପରେ ସାବଧାନତାର ସହ ବିଚାର କରୁଛନ୍ତି, ଯଦିଓ ସାର୍ବଜନୀନ ଭାବେ ସେ ଏନଡିଏ ସହ ରହିବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟ ପକ୍ଷରେ, ନବୀନ ପଟ୍ଟନାୟକଙ୍କ ବିଜେଡି ଭୋଟିଂରୁ ଅନୁପସ୍ଥିତ ରହିବା ନେଇ ଇତି ମଝ୍ୟରେ ଘୋଷଣା କରିଛି।ଅନ୍ୟପକ୍ଷରେ, ଇଣ୍ଡିଆ ବ୍ଲକ ତାଙ୍କ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କ ପାଇଁ ଆକ୍ରମଣାତ୍ମକ ପ୍ରଚାର ଚଳାଇଛି।

ଖବର ଅଛି ଯେ ଜଷ୍ଟିସ ରେଡ୍ଡୀ ସମସ୍ତ ଦଳର ଅସନ୍ତୁଷ୍ଟ ସାଂସଦମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭୋଟିଂର ଗୋପନୀୟତା ଏବଂ ବିରୋଧରେ ଦିଆଯାଇଥିବା ଭୋଟ ଫଳାଫଳକୁ ଯେକୌଣସି ଦିଗରେ ଢଳାଇ ଦେଇପାରେ ଏହି ସମ୍ଭାବନାର ଫାଇଦା ଉଠାଇ।

ଅନିଶ୍ଚିତତାର ଗଣିତ ଜିତିବା ପାଇଁ ୩୯୨ଟି ଭୋଟ ଆବଶ୍ୟକ। ଜଷ୍ଟିସ ରେଡ୍ଡୀଙ୍କ ଜିତିବା ସମ୍ଭବ ହେବ, ଯଦି ଏନଡିଏର ପ୍ରାୟ ୩୫-୪୦ ଜଣ ସାଂସଦ ଯେଉଁମାନଙ୍କ ମଧ୍ୟରେ ବିଜେପି ମଧ୍ୟ ଅଛି, କ୍ରସ-ଭୋଟିଂ କରନ୍ତି। ଏହା ବ୍ୟତୀତଇଣ୍ଡିଆ ବ୍ଲକକୁ କିଛି ଛୋଟ ଦଳ ବା ନିର୍ଦଳୀୟ ସାଂସଦଙ୍କ ସମର୍ଥନ ମଧ୍ୟ ହାସଲ କରିବାକୁ ହେବ। ଏହା ଏକ କଷ୍ଟକର କାମ ଲାଗୁଛି। ତଥାପି, ବିଜେପି ସାଂସଦମାନଙ୍କ ମଧ୍ୟରେ ଅସନ୍ତୋଷର ଗୁଞ୍ଜନ ବିପକ୍ଷକୁ ଆଶା ଦେଇଛି।

ରାଧାକୃଷ୍ଣନଙ୍କ ଜିତିବା କମ ଅନ୍ତରରେ ହେଲେ ମଧ୍ୟ ଏହା ଶାସକ ଗୋଷ୍ଠୀରେ ଫାଟ ହେବାର ପ୍ରମାଣ ବୋଲି ଗଣାଯିବ।

ଖବର ମିଳୁଛି ଯେ ଶାହଙ୍କ ସମେତ ବରିଷ୍ଠ ନେତାମାନେ ସାଂସଦମାନଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରିଛନ୍ତି ଯାହାଙ୍କ ସହ ସେମାନେ କମ ମିଳାମିଶା କରନ୍ତି। ସାଂସଦମାନଙ୍କ ଉପରେ କଡ଼ା ନଜର ରଖାଯାଉଛି ଏବଂ ପ୍ରଲୋଭନ ଓ ଧମକର ଗୁଞ୍ଜନ ମଧ୍ୟ ଜୋରଦାର ହେଉଛି। କିନ୍ତୁ ଏହିପରି ଅସାଧାରଣ ପଦକ୍ଷେପର ଆବଶ୍ୟକତା ମୋଦୀ ଓ ଶାହଙ୍କ ଅଜୟ ଆଭାମଣ୍ଡଳର ଅନ୍ତର ସଙ୍କେତ ଦେଉଛି ଯାହା କେବେ ସେମାନଙ୍କ ସମର୍ଥକମାନଙ୍କ ଉପରେ ଛାଇ ରହୁଥିଲା।

ସବୁ ପରିସ୍ଥିତିରେ କଣ ଏହା ବିଜେପିର ହାର ହେବ?

ବିଶ୍ଳେଷକମାନଙ୍କ ମତରେ ଉପରାଷ୍ଟ୍ରପତି ନିର୍ବାଚନ ଏଥର ବିଜେପିର ଶୀର୍ଷ ନେତୃତ୍ୱ ପାଇଁ ସବୁ ପରିସ୍ଥିତିରେ ହାର ପରି ସ୍ଥିତି ହେବ । ଯଦି ରାଧାକୃଷ୍ଣନ ସହଜରେ ଜିତନ୍ତି ତଥାପି ଏହା କେବଳ ସେହି କଥାଗୁଡ଼ିକର ପୁଷ୍ଟି କରିବ ଯାହା ସଂଖ୍ୟା ପୂର୍ବରୁ କହୁଛି। କିନ୍ତୁ ଏହି ବିଶ୍ୱସ୍ତତା ହାସଲ କରିବା ପାଇଁ କଥିତ ଭାବେ ବ୍ୟବହୃତ କଠୋର ରଣନୀତି ସମ୍ପର୍କିତ ସନ୍ଦେହକୁ ଦୁର୍ବଳ କରିବ ନାହିଁ।ଯଦି ସେ କମ ଅନ୍ତରରେ ଜିତନ୍ତି, ତେବେ ଏହା ବିଜେପିର ଆଭ୍ୟନ୍ତରୀଣ ଅସନ୍ତୋଷକୁ ପ୍ରକାଶ କରିବ ଏବଂ ଦଳ ଭିତରେ ଓ ବାହାରେ ଥିବା ଏହାର ଆଲୋଚକମାନଙ୍କୁ ମୁହଁ ଖୋଲିବାର ସୁଯୋଗ ଦେବ।

ଯଦି ସେ ହାରିଯାଆନ୍ତି, ତେବେ ଏହା ରାଜନୈତିକ ଭୂମିକମ୍ପରୁ କମ ହେବ ନାହିଁ। ମୋଦୀ-ଶାହଙ୍କ ଅଜୟ ଛବି ଭାଙ୍ଗି ଚୁରମାର ହୋଇଯିବ ଏବଂ ବିପକ୍ଷକୁ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ସରକାରକୁ ଅସ୍ଥିର କରିବାର ସୁଯୋଗ ମିଳିବ।

ଆଜିର ଭୋଟିଂର ମୁଖ୍ୟ ରହସ୍ୟ ହେଉଛି ବିଜେପି ସାଂସଦମାନେ ବିଦ୍ରୋହ କରିବେ କି ନାହିଁ ।ଏହିପରି ନିର୍ବାଚନରେ କ୍ରସ-ଭୋଟିଂ ନୂଆ କଥା ନୁହେଁ, କିନ୍ତୁ ଏତେ ବଡ଼ ପରିମାଣରେ ଏହାର ଆଶଙ୍କା ବିରଳ।ଏହାର କାରଣ କଣ ହୋଇପାରେ ?

ଅଣ-ଆରଏସଏସ ବିଜେପି ସାଂସଦମାନଙ୍କ ମଧ୍ୟରେ ଅସନ୍ତୋଷ: ବିଜେପିର ପ୍ରାୟ ଅଧା ସାଂସଦଙ୍କ ରାଜନୈତିକ ଜୀବନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ନୂହେଁ । ମୋଦୀଙ୍କ ପ୍ରାଧାନ୍ୟ କମିବା ସହସେମାନେ ନିଜ ଆତ୍ମ ସଂନିବେଶର ସ୍ବରଅନୁସାରେ ଭୋଟ ଦେବା ପାଇଁ ଚଳିତ ଥର ଅଧିକ ସ୍ୱାଧୀନ ଅନୁଭବ କରିପାରନ୍ତି।

ସଂଘର ନୀରବ ଭୂମିକା: ଯଦିଓ ସଂଘ ଏନଡିଏକୁ କ୍ଷମତାରେ ଦେଖିବାକୁ ଚାହେଁ, କିନ୍ତୁ କୁହାଯାଉଛି ଯେ ରାଧାକୃଷ୍ଣନଙ୍କ ପ୍ରାର୍ଥୀତ୍ୱ ପ୍ରତି ସଂଘରେ ବିଶେଷ ଉତ୍ସାହ ନାହିଁ। ତେବେ କଣ ସେମାନେ ଏପରି କିଛି କରିବେ ଯାହା ମୋଦୀଙ୍କ ପର କାଟିବ, କିନ୍ତୁ ସରକାର ଉପରେ ପ୍ରଭାବ ପଡ଼ିବ ନାହିଁ?

ଏହି ପରିସ୍ଥିତିରେ ଜଷ୍ଟିସ ରେଡ୍ଡୀଙ୍କ ପ୍ରାର୍ଥୀତ୍ୱ କେବଳ ବିପକ୍ଷ ପାଇଁ ନୁହେଁ, ବରଂ ବିଜେପିର ଅସନ୍ତୁଷ୍ଟମାନଙ୍କ ଓ ନିରପେକ୍ଷ ସହଯୋଗୀମାନଙ୍କ ପାଇଁ ମଧ୍ୟ ଏକ ଆକର୍ଷଣ ହୋଇଛି।ଯଦି ରେଡ୍ଡୀ ଅପ୍ରତ୍ୟାଶିତଭାବେ ବିଜୟ ହାସଲ କରନ୍ତି, ତେବେ କଣ ହେବ?

ଯଦି ଜଷ୍ଟିସ ରେଡ୍ଡୀ ଅପ୍ରତ୍ୟାଶିତ ଜିତ ହାସଲ କରନ୍ତି,ଏହାର ରାଜନୈତିକ ପରିଣାମ ବହୁତ ଗମ୍ଭୀର ହେବ। ପ୍ରଥମତଃ, ଏହା ମୋଦୀ ଓ ଶାହଙ୍କ ନିଜ ଦଳ ଓ ଗୋଷ୍ଠୀ ଉପରେ ଥିବା ପକଡ଼ର ନାଟକୀୟ ଦୁର୍ବଳତାର ସଙ୍କେତ ହେବ।

ଦ୍ବିତୀୟତଃ , ଏହାବିପକ୍ଷଇଣ୍ଡିଆ ମେଣ୍ଟକୁ ଶକ୍ତି ଯୋଗାଇବ। ଯଦିଓ ଉପରାଷ୍ଟ୍ରପତି ନିର୍ବାଚନ ସରକାରରେ ଶକ୍ତି ସନ୍ତୁଳନକୁ ସିଧାସଳଖ ବଦଳାଇ ନଥାଏ, କିନ୍ତୁ ଏତେ ବଡ଼ ପ୍ରତୀକାତ୍ମକ ବିଜୟ ସମ୍ଭାବନା ବିପକ୍ଷକୁ ପୁଣି ମଜବୁତ ଭାବେ ଏକଜୁଟ କରିପାରେ ଏବଂ ଏହା ପ୍ରମାଣ କରିପାରେ ଯେ ଶାସକ ଗୋଷ୍ଠୀ ଅଭେଦ୍ୟ ନୁହେଁ।

ତୃତୀୟତଃ, ନାଇଡୁ ବା ନୀତିଶ କୁମାର ପରି ସହଯୋଗୀମାନେ ନିଜ ସ୍ଥିତି ଉପରେ ପୁନର୍ବିଚାର କରିପାରନ୍ତି। ଯଦି ସେମାନେ ମନେକରନ୍ତି ଯେ ବିଜେପି ଏବେ ସ୍ଥିରତାର ଗ୍ୟାରେଣ୍ଟି ନୁହେଁ, ତେବେ ସଂସଦରେ ନୂଆ ସମୀକରଣର ସମ୍ଭାବନା ପ୍ରବଳ ହେବ। ଯଦିଓ ଅବିଶ୍ୱାସ ପ୍ରସ୍ତାବ ତୁରନ୍ତ ସମ୍ଭବ ନୁହେଁ, କିନ୍ତୁ ଏହି ମାନସିକ ଝଟକା ଏନଡିଏ ଭିତରେ ଉଥାନପାଥାନକୁ ତ୍ୱରାନ୍ୱିତ କରିଦେବ।ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଏହା ୨୦୨୯ର ରାଜନୈତିକ ବିସାତକୁ ନୂଆ ଢଙ୍ଗରେ ପୁଣି ବିଛାଇବ।

ଟତୁର୍ଥତଃ, ୨୦୧୪ ଠାରୁ ନିରନ୍ତର ଚାଲିଆସୁଥିବା ବିଜେପିର ପ୍ରାଧାନ୍ୟର କାହାଣୀର ବହୁତ ଶୀଘ୍ର ସମାପ୍ତି ହୋଇପାରେ।

ଆଜିର ଉପରାଷ୍ଟ୍ରପତି ନିର୍ବାଚନର ମହତ୍ୱ ଏଥିପାଇଁ ନୁହେଁ ଯେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଆସନ କିଏ ଗ୍ରହଣ କରିବ, ବରଂ ଏଥିପାଇଁ ଯେ ଗତ କିଛି ଦଶନ୍ଧିରେ ଭାରତର ସବୁଠୁ ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱର ବିଶ୍ୱସନୀୟତା କେତେ ପ୍ରମାଣିତ ହେଉଛି।ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ସ୍ପଷ୍ଟ ହୋଇଯିବ। ତଥାପି, ଫଳାଫଳ ଯାହା ହେଉନା କାହିଁକି, ଏହା ଭାରତର ରାଜନୈତିକ ରଙ୍ଗମଞ୍ଚ ଏକ ନୂଆ ଅପ୍ରତ୍ୟାଶିତ ପର୍ଯ୍ୟାୟରେ ପ୍ରବେଶ କରିବ।