- ‘ଅପରେସନ ସିନ୍ଦୁର’ ପରେ କୂଟନୈତିକ ପଦକ୍ଷେପର ଆବଶ୍ୟକତା ରହିଛି, କିନ୍ତୁ ଦ୍ୱିମୁଖୀ ମାନଦଣ୍ଡ କାହିଁକି: କଂଗ୍ରେସ
- ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲ...
- ଗଛରେ ପିଟିଲା କାର : ୩ ମୃତ, ଜଣେ ଗୁରୁତର
- ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
- ଆତଙ୍କବାଦର ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ : ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ
ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ

ସମ୍ବଲପୁର, ୧୩ ମେ - ସମ୍ବଲପୁର ଜିଲ୍ଳାରେ ଏପ୍ରିଲ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀ ଜାରି ରହିଛି । ଗତ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସକାଳ ପରେ ଅସହ୍ୟ ଖରା ଓ ତାତି ଯୋଗୁଁ ଲୋକେ ଜରୁରୀ କାମ ନ ଥିଲେ ବାହାରକୁ ବାହାରିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି । ଆଜି ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗତକାଲି ଏହା ୪୩.୨ ଡିଗ୍ରୀ ସେଲ୍ସିୟସ୍ ରହିଥିଲା । ଶୁକ୍ରବାର ଦିନ ୪୨.୨ ଡିଗ୍ରୀ ତାତି ରହିଥିଲା । ଦିନ ସହିତ ରାତି ସମୟରେ ମଧ୍ୟ ଝାଞ୍ଜି ପବନ ଯୋଗୁଁ ଲୋକଙ୍କ ସମସ୍ୟା ବହୁ ଗୁଣିତ ହୋଇଛି । ସମ୍ବଲପୁର ଜିଲ୍ଳାରେ ବିଶେଷ କରି ଆଖିମୁଜା ଶିଳ୍ପାୟନ, ତାପଜ ବିଦ୍ୟୁତ୍ କେନ୍ଦ୍ରର ବହୁଳତା, କଂକ୍ରିଟ୍ ଘର ଓ ବିକାଶ କାମ ପାଇଁ ହେଉଥିବା ଜଙ୍ଗଲ କ୍ଷୟକୁ ଲୋକେ କ୍ରମବର୍ଦ୍ଧିଷ୍ଣୁ ଉତାପ ବୃଦ୍ଧିର କାରଣ ବୋଲି କହୁଛନ୍ତି । ସହର ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ଅନେକେ ଗଛ କଟାଯାଇଛି । ଗତ ମାର୍ଚ୍ଚ ୧୫ ଓ ୨୯ ତାରିଖରେ ଏଠାରେ ତାପମାତ୍ରା ୪୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା । ଏପ୍ରିଲ ୨୧ ତାରିଖରେ ୪୩ ଡିଗ୍ରୀ ଓ ୨୨ ତାରିଖରେ ୪୪.୬ ଡିଗ୍ରୀ ସେଲ୍ସିୟସ୍ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହି ଗ୍ରୀଷ୍ମପ୍ରବାହ ଆଗାମୀ କିଛି ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ହେଲେ ମଇ ୧ ତାରିଖରୁ ଜୁନ୍ ୧୫ ତାରିଖ ପର?୍ୟ୍ୟନ୍ତ ଜିଲ୍ଲାରେ ସାଧାରଣତଃ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହୋଇଥାଏ । ପୂର୍ବରୁ ସହରରେ ମାଟି ଓ ପରେ ପିଚୁ ରାସ୍ତା ଥିଲା । ସେଗୁଡ଼ିକ କଂକ୍ରିଟ୍କରଣ ହୋଇଥିବାରୁ ସନ୍ଧ୍ୟା ସମୟରେ ଗରମ ବାଷ୍ପ ପ୍ରବାହିତ ହେଉଛି ।
ସମ୍ବଲପୁର ସହରରେ ଥିବା ପ୍ରାୟ ୯୭ଟି ପୋଖରୀ ଭଳି ଜଳାଶୟରୁ ଅନେକ ସ୍ଥିତି ହରେଇଥିବାରୁ ଆର୍ଦ୍ର ଭୂମିର ଶୀତଳତା ଓ ସନ୍ଧ୍ୟା ସମୟର ରାତ୍ରୀକାଳୀନ ଥଣ୍ଡା ପବନ ଦୂର ସ୍ୱପ୍ନରେ ପରିଣତ ହୋଇଛି । ବର୍ତମାନ ବ୍ୟାପକ ବୃକ୍ଷରୋପଣ, ରହିଥିବା ଗଛର ସୁରକ୍ଷା, ଜଳାଶୟମାନଙ୍କର ସଂରକ୍ଷଣ ଓ ଆର୍ଦ୍ରଭୂମି ସୃଷ୍ଟି ଦ୍ୱାରା କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାରେ ଯାହା କିଛି ରୋକ୍ ଲଗାଯାଇ ପାରିବ ବୋଲି କୁହାଯାଉଛି । ସମ୍ବଲପୁର ସହର ଏକଦା ଶୈଳନିବାସର ପରିଚୟ ହାସଲ କରିଥିଲା । ଏଥିପାଇଁ ଚୌହାନ, ମରହଟ୍ଟା ଓ ପରେ ଇଂରେଜମାନେ ସମ୍ବଲପୁର ସହରକୁ କେନ୍ଦ୍ର କରି ପ୍ରଶାସନିକ ସଦର ମହକୁମାରେ ପରିଣତ କରିଥିଲେ ।