- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଆସନ୍ତା ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା, ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୧ ଅକ୍ଟୋବର - ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭୀଷଣ ବର୍ଷା, ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ତୃତୀୟ ଦିନ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ପରବର୍ତୀ ୪ ଦିନ ପାଇଁ କୌଣସି ଚେତାବନୀ ନାହିଁ ।
ଆସନ୍ତା ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା, ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୪ ଜିଲ୍ଲା (କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତିତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।
ଆସନ୍ତାକାଲି ଅର୍ଥାତ୍ ୧୨ ତାରିଖରେ ଭୀଷଣ ବର୍ଷା, ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ତାରିଖରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅକ୍ଟୋବର ୧୪,୧୫, ୧୬ ଓ ୧୭ ତାରିଖ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।