BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦେଉଳବେଡ଼ା କୋଲିୟରୀର ୩୧ ତମ ବାର୍ଷିକ ଉତ୍ସବ

FMNEWS.IN 21-12-2024
31st anniversary celebration of Saraswati Sishu Vidyamandir's Deulabeda Colliery

ତାଳଚେର: ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦେଉଳବେଡ଼ା କୋଲିୟରୀର ୩୧ ତମ ବାର୍ଷିକ ଉତ୍ସବ ତା ୨୦/୧୨/୨୪ ରିଖ ଶୁକ୍ରବାର ଦିନ ବଡ ସମାରୋହ ରୂପେ ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇ ମଞ୍ଚ କୁ ଆମନ୍ତ୍ରଣ କରାଯାଇଥିଲା । ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ରୂପେ ତାଳଚେର ଉପଖଣ୍ଡ ର ଉପଜିଲ୍ଲାପାଳ ମାନନୀୟ ଶ୍ରୀଯୁକ୍ତ ସମୀର କୁମାର ଜେନା ଉପସ୍ଥିତ ରହି ଶିଶୁ ଭାଇଭଉଣୀ ଏବଂ ଅଭିଭାବକ ଅଭିଭାବିକା ମାନଙ୍କୁ ଜୀବନରେ ଶିଶୁ ମନ୍ଦିର ଦ୍ଵାରା ଦିଆଯାଉଥିବା ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାକୁ ଗ୍ରହଣ କରି ଭବିଷ୍ୟତ ଗଠନ କରିବାପାଇଁ ନିମନ୍ତେ ପ୍ରେରିତ

କରିଥିଲେ । ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ଆଶିଷ ରଂଜନ, ଲିଙ୍ଗରାଜ କ୍ଷେତ୍ରର S.O Mining ଉପସ୍ଥିତ ଥିଲେ । ମୂଖ୍ୟ ବକ୍ତା ରୂପେ ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ରର ସହ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ ଶିଶୁ ମାନଙ୍କୁ ଦେଶ ଗଠନରେ ଭାରତୀୟତା ର ମନୋଭାବ ରଖି କାର୍ଯ୍ୟ କରିବାର ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ଶତପଥୀ ସଭାର ସଭାପତିତ୍ବ କରିଥିଲାବେଳେ ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଅତିଥି ପରିଚୟ କରାଇଥିଲେ । ବାର୍ଷିକ ଉତ୍ସବର ମୁଖ୍ୟ ବିଚାର ବିଦ୍ୟାଳୟ ବାର୍ଷିକ କାର୍ଯ୍ୟ ଯୋଜନାର ବିବରଣୀ କୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବାବୁଲି ସାମଲ ପାଠ କରି ସମସ୍ତଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ସମସ୍ତ ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ୪୬ ଜଣ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ ଉତ୍ସବ ପରିଚାଳିତ ହୋଇଥିଲା । ବାର୍ଷିକ ଉତ୍ସବରେ ଅଭିଭାବକ ଅଭିଭାବିକା ମାନଙ୍କର ପ୍ରତିଯୋଗିତା ର ପୁରସ୍କାର ଓ ମୂଖ୍ୟ ମନ୍ତ୍ରୀ ଶିକ୍ଷା ବୃତ୍ତି ଓ ମୂଖ୍ୟ ମନ୍ତ୍ରୀ ଭାଷା ବୃତ୍ତି ପାଇଥିବା ୧୬ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ରଙ୍ଗମଞ୍ଚିୟ କାର୍ଯ୍ୟ କ୍ରମରେ ବିଦ୍ୟାଳୟର ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭୨୫ ଜଣ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ । ପାଗର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବାର୍ଷିକ ଉତ୍ସବ କିପରି କରାଯାଏ ତାହା ପ୍ରଦର୍ଶିତ କରି ଉତ୍ସବ କୁ ସମାପନ କରାଯାଇଥିଲା ।