BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ପବିତ୍ର ମୋହନ ମେଡିକାଲ କଲେଜ, ତାଳଚେରର କାର୍ଯ୍ୟକ୍ଷମ କରିବାର ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

FMNEWS.IN 21-06-2025
Health Minister discusses operationalization of Puratthi Mohan Medical College, Talcher

ଅନୁଗୋଳ, 21 ଜୁନ୍ ଅନୁଗୋଳ ଜିଲ୍ଲା ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ଏବଂ ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ବିଶେଷ କରି ପବିତ୍ର ମୋହନ ମେଡିକାଲ କଲେକ, ତାଳଚେରର କାର୍ଯ୍ୟକ୍ଷମ କରିବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏଥିସହ ଜିଲ୍ଲାବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ଗୁରୁତ୍ୱ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଏହା ସହ ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଆଘାତ ଜନିତ ଚିକିତ୍ସା କେନ୍ଦ୍ର (ଟ୍ରମା ସେଣ୍ଟର) ପରିଦର୍ଶନ କରି ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଏହି ବୈଠକରେ ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଅନୁଗୁଳ ଜିଲ୍ଲାପାଳ, ସିଡ଼ିଏମଓ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।