- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ତାଳଚେର ମେଡିକାଲ୍ କଲେଜ୍ ତୁରନ୍ତ କାର୍ଯ୍ୟକ୍ଷମ ନହେଲେ ଜୋରଦାର ହେବ ଆନ୍ଦୋଳନ : କ୍ରିୟାନୁଷ୍ଠାନ କମିଟି
By Priyamadhav Dash
(FMNews):--ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ବୈଠକ ତାଳଚେର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ଆବାହକ ପଦ୍ମ ଚରଣ ସାମଲ ସଭାପତିତ୍ୱ କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ତାଳଚେର ମେଡିକାଲ୍ କଲେଜ୍ ର ଶିକ୍ଷାଦାନ ଅନୁଗୋଳ ଠାରେ ହେବାକୁ ଥିବା ପ୍ରସ୍ତାବକୁ ଘୋର ନିନ୍ଦା କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ ।
ପ୍ରଦୂଷଣ ଯୋଗୁଁ ତାଳଚେର ଜନ ସାଧାରଣ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଥିବା ବେଳେ ପାଂଚ ଶହ କୋଟିର କୋଠାକୁ ଡାକ୍ତରଖାନା ପରିବର୍ତେ ପାଇଖାନା ରେ ପରିଣତ କରିବାକୁ ଯାଉଛନ୍ତି ସରକାର । ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ଅନେକବାର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବାକୁ ଆନ୍ଦୋଳନ କରି କାରାବରଣ କରିଥିଲେ । ଯାଫଳରେ ପୂର୍ବ ସରକାର ଘରୋଇ ହାଇଟେକ୍ କୁ ଚାଲୁ କରିବା ନିଷ୍ପତିକୁ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲେ । ବର୍ତମାନ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କେବଳ ପବିତ୍ର ମୋହନ ସରକାରୀ ମେଡିକାଲ୍ କଲେଜ୍ ନାମ ଫଳକ ରଖି ଅନୁଗୋଳ ରେ ଶିକ୍ଷାଦାନ କରିବା ପ୍ରସ୍ତାବକୁ ଯଦି କାର୍ଯ୍ୟ କରନ୍ତି ତାହେଲେ ଦୁର୍ବାର ଗଣ ଆନ୍ଦୋଳନ ହେବ ବୋଲି ମତ ପ୍ରକାଶ ପାଇଛି ।
ପୁନର୍ବାର ଆସନ୍ତା ତା୧୦/୦୧/୨୦୨୫ ରିଖ ଶୁକ୍ରବାର ଦିନ ତାଳଚେର ପ୍ରେସ୍ କ୍ଲବ ଠାରେ ସକାଳ ୧୧ଟା ବେଳେ ବୈଠକ ଅନୁଷ୍ଠିତ ହେବ ଓ ଏହି ବୈଠକରେ ତାଳଚେରର ଶୁଭ ବୁଦ୍ଧି ସମ୍ପର୍ଣ୍ଣ ଜନସାଧାରଣ ଦଳମତ ନିର୍ବିଶେଷରେ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଛି । ଏହି ବୈଠକରେ ପରବର୍ତି କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି । ଆଜିର ଏହି ବୈଠକରେ କେଶବ ଭୂତିଆ, ଭୁପେନ୍ ଥମ୍ବ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ସୁକାନ୍ତ କୁମାର ଦାସ, ଗଗନ ବିହାରୀ ଦାସ, ପ୍ରେମାନନ୍ଦ ମହାନ୍ତି, ପରମାନନ୍ଦ ସାହୁ, ବିନୋଦ ଲାଲ୍, ଅଭୟ କୁମାର ପାଣି, ଶୋଭାଗିନୀ ଦାସ, ଦୁର୍ଗା ଚରଣ ସାହୁ, ସଂଜିବ୍ ନାଏକ, ବିଜୟ କୁମାର ମିଶ୍ର, ଉଚ୍ଛନ୍ନ ପଟ୍ଟନାୟକ, ରାଜ କିଶୋର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।