Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଟ୍ରକ ଧକ୍କାରେ ଜଣେ ଯୁବତୀ ମୃତ, ଦୁଇଜଣ ଜଣ ଗୁରୁତର"
FMNEWS.IN
05-01-2025
ବଲାଙ୍ଗିର, 5 ଜାନୁଆରି:ବଲାଙ୍ଗିର ଟାଉନ ଥାନା ନିକଟରେ ବିଶାଲ ମାର୍ଟ ସାମନା ରେ ସଡ଼କ ଦୁର୍ଘଟଣାରେ ଗଲା ଯୁବତୀଙ୍କ ଜୀବନ | ଗତକାଲି ବିଳମ୍ବିତ ରାତିରେ ବାଇକରେ ଆସୁଥିବା ଦୁଇଜଣ ଯୁବତୀ ଏବଂ ଜଣେ ଯୁବକଙ୍କୁ ଟାଉନ ଥାନା ନିକଟରେ ଟ୍ରକ ପିଟିଦେଇଥିଲା | ଘଟଣାସ୍ଥଳରେ ବଲାଙ୍ଗିର କାରଗିଲ ନଗର ର ମମତା ନାମ୍ନୀ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଇନ୍ତଳା ଥାନା ମେହେର ମୁଣ୍ଡା ଗ୍ରାମର ପୁଷ୍ପଲତା ବଗର୍ତ୍ତି ଓ ସନ୍ତୋଷ ବଗର୍ତ୍ତି ନାମକ ଆଉ ଜଣେ ଯୁବତୀ ଏବଂ ଯୁବକ ଗୁରୁତର ହୋଇଛନ୍ତି | ଗୁରୁତର ମାନଙ୍କୁ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଛି | ମୃତ ଯୁବକଙ୍କୁ ଶବ ଉଦ୍ଧାର କରି ପୋଷ୍ଟମୋର୍ଟମ ୱାର୍ଡରେ ଭର୍ତି କରିଛି ପୋଲିସ ପି. ସି. ଆର | ଦୁର୍ଘଟଣା ଘଟାଇ ଫେରାର ମାରିଛି ଟ୍ରକ | ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନେ ପୁଇଁତଲା ଥାନା ମେହେରମୁଣ୍ଡା ଗାଁର ବୋଲି ଜଣାପଡିଛି | ସେମାନେ ପୁଇନ୍ତାଲା ନିଜ ଗ୍ରାମକୁ ଗଲା ବେଳେ ଏହି ଦୁର୍ଘଟଣା ଘଟିଛି।