Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଟ୍ରକ ଧକ୍କାରେ ଜଣେ ଯୁବତୀ ମୃତ, ଦୁଇଜଣ ଜଣ ଗୁରୁତର"
FMNEWS.IN
05-01-2025
ବଲାଙ୍ଗିର, 5 ଜାନୁଆରି:ବଲାଙ୍ଗିର ଟାଉନ ଥାନା ନିକଟରେ ବିଶାଲ ମାର୍ଟ ସାମନା ରେ ସଡ଼କ ଦୁର୍ଘଟଣାରେ ଗଲା ଯୁବତୀଙ୍କ ଜୀବନ | ଗତକାଲି ବିଳମ୍ବିତ ରାତିରେ ବାଇକରେ ଆସୁଥିବା ଦୁଇଜଣ ଯୁବତୀ ଏବଂ ଜଣେ ଯୁବକଙ୍କୁ ଟାଉନ ଥାନା ନିକଟରେ ଟ୍ରକ ପିଟିଦେଇଥିଲା | ଘଟଣାସ୍ଥଳରେ ବଲାଙ୍ଗିର କାରଗିଲ ନଗର ର ମମତା ନାମ୍ନୀ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଇନ୍ତଳା ଥାନା ମେହେର ମୁଣ୍ଡା ଗ୍ରାମର ପୁଷ୍ପଲତା ବଗର୍ତ୍ତି ଓ ସନ୍ତୋଷ ବଗର୍ତ୍ତି ନାମକ ଆଉ ଜଣେ ଯୁବତୀ ଏବଂ ଯୁବକ ଗୁରୁତର ହୋଇଛନ୍ତି | ଗୁରୁତର ମାନଙ୍କୁ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଛି | ମୃତ ଯୁବକଙ୍କୁ ଶବ ଉଦ୍ଧାର କରି ପୋଷ୍ଟମୋର୍ଟମ ୱାର୍ଡରେ ଭର୍ତି କରିଛି ପୋଲିସ ପି. ସି. ଆର | ଦୁର୍ଘଟଣା ଘଟାଇ ଫେରାର ମାରିଛି ଟ୍ରକ | ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନେ ପୁଇଁତଲା ଥାନା ମେହେରମୁଣ୍ଡା ଗାଁର ବୋଲି ଜଣାପଡିଛି | ସେମାନେ ପୁଇନ୍ତାଲା ନିଜ ଗ୍ରାମକୁ ଗଲା ବେଳେ ଏହି ଦୁର୍ଘଟଣା ଘଟିଛି।