- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଏବଂ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ...
- ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ପୂର୍ବତନ ପଟିଆଲା ମେୟର ସଞ୍ଜୀବ ଶର୍ମା ବିଟ୍ଟୁ କଂଗ୍ରେସକୁ ଫେରିଲେ, ଭେଣୁଗୋପାଳ ଏବଂ ବଘେଲ ତାଙ୍କୁ ଦଳରେ ସାମିଲ୍ କଲେ
- ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
- ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଜାତୀୟ ସେମିନାର ଉଦଯାପିତ
ଜୟପୁର, ୨୫ ଜାନୁଆରୀ - ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଜୟପୁରସ୍ଥିତ ଶିକ୍ଷକ ଶିକ୍ଷା ବିଭାଗ ଆନୁକୁଲ୍ୟରେ ବିଭାଗୀୟ ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ଦୁଇ ଦିବସୀୟ ଜାତୀୟ ପତ୍ରବାଚନ (ନ୍ୟାସନାଲ ସେମିନାର୍) ଉଦଯାପିତ ହୋଇଯାଇଛି। ବିକଶିତ ଭାରତ ଗଠନରେ ଶିକ୍ଷକ ଶିକ୍ଷା ଶୀର୍ଷକ ଉପରେ ଆଧାରିତ ସେମିନାରରେ ୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ୍ ମାନଙ୍କ ଦ୍ବାରା ସର୍ବମୋଟ ୪୭ଟି ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ସେଥିପାଇଁ ଚାରୋଟି ବୈଷୟିକ ଅଧିବେଶନ ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ଉପସ୍ଥିତିରରେ ଉପସ୍ଥାପନ ହୋଇଥିଲା। ଦୁଇ ଦିନରେ ୧୪ ଜଣ ଶିକ୍ଷାବିତ୍ ବକ୍ତା ଭାବରେ ଉଦବୋଧନ ଦେଇଥିଲେ। ସମସ୍ତ ଅତିଥି ପ୍ରଫେସରଙ୍କୁ ଉପଢୌକନ ଓ ସ୍ମୁତିଫଳକ ଦେଇ ସମ୍ମାନୀତ କରାଯାଇଥିଲା।
ଉଦଯାପନୀ ସତ୍ରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର, ଏନସିଇଆରଟି, ନୂଆଦିଲ୍ଲୀର ପ୍ରାକ୍ତନ ନିର୍ଦ୍ଦେଶକ ଓ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବର୍ତମାନର ପ୍ରଫେସର ଡ଼ଃ ହୃଷୀକେଶ ସେନାପତି ମୁଖ୍ୟ ଅତିଥି, ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟ ପାଠ୍ୟକ୍ରମ ଆଧାରର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟବକ୍ତା, ଉଚ୍ଚ ଶିକ୍ଷା ବିଭାଗର ଜୟପୁରସ୍ଥିତ ଆଞ୍ଚଳିକ ନିର୍ଦେଶଳାୟର ଆଞ୍ଚଳିକ ନିର୍ଦ୍ଦେଶନାକ ଡ଼ ଗୋପାଳ ହାଲଦାର ସମ୍ମିଳନୀ ଅତିଥି ଭାବରେ ଯୋଗଦେଇ ବିକଶିତ ଭାରତ ଗଠନରେ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଭୂମିକା ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ।
ଚାରୋଟି ଅଧିବେସନକୁ ଡଃ. ଲତିକା ମିଶ୍ର, ପ୍ରଫେସର ଭରତ କୁମାର ପଣ୍ଡା, ପ୍ରଫେସର ବୃନ୍ଦାବନ ଚନ୍ଦ୍ର ମିଶ୍ର, ପ୍ରଫେସର ଦେବେନ୍ଦ୍ର କୁମାର ସେଠୀ,ଡ଼ ଦେବଦତ୍ତ ଇନ୍ଦୁରିଆ, ବିଳାସପୁରସ୍ଥିତ ଗୁରୁଘାସିଦାସ କେନ୍ଦ୍ରିୟ ବିଶ୍ବବିଦ୍ୟାଳୟର ପ୍ରଫେସର ରାମକୃଷ୍ଣ ପ୍ରଧାନ,ଡ଼ ଆଦିତ୍ୟ କେଶରୀ ମିଶ୍ର,ଡ଼ ଯୁଗଳ କିଶୋର ମିଶ୍ର, ହାଇଦ୍ରାବାଦ କେନ୍ଦ୍ରିୟ ବିଶ୍ବବିଦ୍ୟାଳୟର ପ୍ରଫେସର ଆଦାମ ପାଉଲ୍ ପଟେଟି, ଏନସିଆରଟିର ସହଯୋଗୀ ପ୍ରଫେସର ଡ ଭାବଗ୍ରାହୀ ପ୍ରଧାନ,ପ୍ରମୁଖ ସଭାପତି ଓ ମୁଖ୍ୟବକ୍ତା ଭାବରେ ସେମାନଙ୍କ ଦାୟିତ୍ଵ ତୁଲେଇଥିଲେ।
ମଧ୍ୟାହ୍ନ ଭୋଜନ ପରେ ଆୟୋଜିତ ଉଦଯାପନୀ ସତ୍ରରେ କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି, କୁଳସଚିବ ଶ୍ରୀ ରଞ୍ଜନ କୁମାର ପ୍ରଧାନ ସମ୍ମାନିତ ଅତିଥି, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ସେମିନାର ଆବାହକ ଡ଼ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ।ସେମାନାର୍ ସଂଗଠନ ସଂପାଦକ ଡ଼ ମନୋରଞ୍ଜନ ପ୍ରଧାନ ଦୁଇଦିନର ବିବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ପ୍ରତିଭାଗୀଙ୍କୁ ମାନପତ୍ର ସହ ସେମିନାର କିଟ୍ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ କି ଦୁଇ ଦିବସୀୟ ଜାତୀୟ ପତ୍ରବାଚନର ଆକର୍ଷଣର କେନ୍ଦ୍ର ଥିଲା ଶିକ୍ଷକ ଶିକ୍ଷା ଆଧାରିତ ବିକଶିତ ଭାରତ ଗଠନ ସମ୍ବନ୍ଧୀୟ ଆଲୋଚନା ସହ ଗୁରୁ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ପ୍ରାଚୀର ପତ୍ରିକା କୁନ୍ଦ କଳିକା, ପାଠ୍ୟପୋକରଣ ଓ ଚିତ୍ରକଳା ପ୍ରଦର୍ଶନୀ। ଦୁଇ ଦିବସୀୟ ସେମିନାରର ସଫଳ ଆୟୋଜନ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ଖୁସି ବ୍ୟକ୍ତ କରାଯାଇଥିଲା।