- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଦିବାସୀଙ୍କ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କୁଲି ଜାତିକୁ ଆଦିବାସୀ ମାନ୍ୟତା ଯୋଗୁଁ ଅସନ୍ତୋଷ
ବଲାଙ୍ଗିର : କୁଲି ଓ କୁଲିସ ଜାତି ମଧ୍ୟରେ ଭେଦ ରହିଥିବା ବେଳେ ଏହାକୁ ଜାଣି ନପାରି କୁଲି ଜାତିକୁ ଆଦିବାସୀ ପ୍ରମାଣପତ୍ର ଦିଆଯାଉଛି । ଏଭଳି ଅଭିଯୋଗ ଆଣି ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଜି ମଧ୍ୟାହ୍ନରେ ସ୍ଥାନୀୟ କୋଶଳ କଳା ମଣ୍ଡଳଠାରୁ ଏକ ଆଦିବାସୀଙ୍କ ଶସସ୍ତ୍ର ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କଚେରୀ ଛକ ରାସ୍ତାକୁ ବନ୍ଦ କରି ଦେଇଥିଲେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଦିବାସୀମାନେ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ଦେଓଗାଁ ତହସିଲ ଅଞ୍ଚଳରେ ଜଣେ କୁଲି ସମ୍ପ୍ରଦାୟର ଯୁବକଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେ୍ଦଶ କ୍ରମେ କୁଲି ଜାତିର ଯୁବକଙ୍କୁ ଆଦିବାସୀ ପ୍ରମାଣପତ୍ର ଦିଆଯାଇଥିବା ଜିଲ୍ଲା ଆଦିବାସୀ ସଂଘ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆଜି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା କହିଥିଲେ । କୁଲି ସମ୍ପ୍ରଦାୟର ଯୁବକଙ୍କୁ ଦେଇଥିବା ପ୍ରମାଣପତ୍ର ତୁରନ୍ତ ପ୍ରତ୍ୟାହାର କରିବା ସହିତ ଜିଲ୍ଲାପାଳଙ୍କୁ ବଲାଙ୍ଗିର ଜିଲ୍ଲାରୁ ବଦଳି କରାଯାଉ ବୋଲି ଦାବି କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।