- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆଦିବାସୀଙ୍କ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କୁଲି ଜାତିକୁ ଆଦିବାସୀ ମାନ୍ୟତା ଯୋଗୁଁ ଅସନ୍ତୋଷ
ବଲାଙ୍ଗିର : କୁଲି ଓ କୁଲିସ ଜାତି ମଧ୍ୟରେ ଭେଦ ରହିଥିବା ବେଳେ ଏହାକୁ ଜାଣି ନପାରି କୁଲି ଜାତିକୁ ଆଦିବାସୀ ପ୍ରମାଣପତ୍ର ଦିଆଯାଉଛି । ଏଭଳି ଅଭିଯୋଗ ଆଣି ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଜି ମଧ୍ୟାହ୍ନରେ ସ୍ଥାନୀୟ କୋଶଳ କଳା ମଣ୍ଡଳଠାରୁ ଏକ ଆଦିବାସୀଙ୍କ ଶସସ୍ତ୍ର ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କଚେରୀ ଛକ ରାସ୍ତାକୁ ବନ୍ଦ କରି ଦେଇଥିଲେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଦିବାସୀମାନେ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ଦେଓଗାଁ ତହସିଲ ଅଞ୍ଚଳରେ ଜଣେ କୁଲି ସମ୍ପ୍ରଦାୟର ଯୁବକଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେ୍ଦଶ କ୍ରମେ କୁଲି ଜାତିର ଯୁବକଙ୍କୁ ଆଦିବାସୀ ପ୍ରମାଣପତ୍ର ଦିଆଯାଇଥିବା ଜିଲ୍ଲା ଆଦିବାସୀ ସଂଘ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆଜି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା କହିଥିଲେ । କୁଲି ସମ୍ପ୍ରଦାୟର ଯୁବକଙ୍କୁ ଦେଇଥିବା ପ୍ରମାଣପତ୍ର ତୁରନ୍ତ ପ୍ରତ୍ୟାହାର କରିବା ସହିତ ଜିଲ୍ଲାପାଳଙ୍କୁ ବଲାଙ୍ଗିର ଜିଲ୍ଲାରୁ ବଦଳି କରାଯାଉ ବୋଲି ଦାବି କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।