Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମୋବାଇଲ ଟାୱାର ଉପରୁ ଡେଇଁ ଯୁବକ ମୃତ
FMNEWS.IN
13-01-2025
ବଲାଙ୍ଗିର, ୧୩ ଜାନୁଆରି :ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ନୂନହାଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯୁବକ ନିରାକାର ଶବର ବୟସ(୨୦)ଙ୍କ ଅପରାହ୍ନ ୩ଟା ପାଖାପାଖି ତାଙ୍କ ପରିବାର ସହ କିଛି ପାଟିତୁଣ୍ଡ ହୋଇଥିଲା । ତାପରେ ନିରାକାର ଶବର ତାଙ୍କ ଘର ନିକଟରେ ଥିବା ଏକ ଏୟାଟେଲ ଟାୱାର ଖୁଣ୍ଟକୁ ଚଢି ଯାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କର ବଡ ଭାଇ ହେମନ୍ତ ଶବର ଟାୱାର ଖୁଣ୍ଟକୁ ଚଢି ଯାଇଥିଲେ କିନ୍ତୁ ନିରାକାର ପୁରା ଶୀର୍ଷକୁ ଚଢିଥିବା ଫଳରେ ତାଙ୍କର ବଡ ଭାଇ ତାଙ୍କୁ ବଞ୍ଚାଇ ପାରି ନଥିଲେ । ନିରାକାର ଟାୱାର ଖୁଣ୍ଟର ଶୀର୍ଷରୁ ତଳକୁ ଡେଇଁ ପଡ଼ିଥିଲେ ଯାହା ଫଳରେ ନିରାକାର ଶବରଙ୍କ ମୃତ୍ୟୁ ହୋଇଯାେଇଛି ।