Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ମୋବାଇଲ ଟାୱାର ଉପରୁ ଡେଇଁ ଯୁବକ ମୃତ
FMNEWS.IN
13-01-2025
ବଲାଙ୍ଗିର, ୧୩ ଜାନୁଆରି :ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ନୂନହାଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯୁବକ ନିରାକାର ଶବର ବୟସ(୨୦)ଙ୍କ ଅପରାହ୍ନ ୩ଟା ପାଖାପାଖି ତାଙ୍କ ପରିବାର ସହ କିଛି ପାଟିତୁଣ୍ଡ ହୋଇଥିଲା । ତାପରେ ନିରାକାର ଶବର ତାଙ୍କ ଘର ନିକଟରେ ଥିବା ଏକ ଏୟାଟେଲ ଟାୱାର ଖୁଣ୍ଟକୁ ଚଢି ଯାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କର ବଡ ଭାଇ ହେମନ୍ତ ଶବର ଟାୱାର ଖୁଣ୍ଟକୁ ଚଢି ଯାଇଥିଲେ କିନ୍ତୁ ନିରାକାର ପୁରା ଶୀର୍ଷକୁ ଚଢିଥିବା ଫଳରେ ତାଙ୍କର ବଡ ଭାଇ ତାଙ୍କୁ ବଞ୍ଚାଇ ପାରି ନଥିଲେ । ନିରାକାର ଟାୱାର ଖୁଣ୍ଟର ଶୀର୍ଷରୁ ତଳକୁ ଡେଇଁ ପଡ଼ିଥିଲେ ଯାହା ଫଳରେ ନିରାକାର ଶବରଙ୍କ ମୃତ୍ୟୁ ହୋଇଯାେଇଛି ।