- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଟ୍ରକ କୁ ପଛପଟୁ ଧକ୍କାଦେଲା ସ୍କର୍ପିଓ : ୩ ମୃତ, ୨ ଗୁରୁତର
ବରଗଡ଼, ୧ ମାର୍ଚ୍ଚ - ମେଲଛାମୁଣ୍ଡା ଥାନା ଘେଁସ ସାନଝୋର ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକମାନଙ୍କ ମଧ୍ୟରେ ମାଆ ଲିଲି ବେହେରା (୨୨), ପୁଅ ଅଂଶୁମାନ ବେହେରା (୯) ଏବଂ ଡ୍ରାଇଭର ଉଦୟ ସିଂ ସିଦାର (୪୦) ବୋଲି ଜଣାପଡିଛି । ସେହିପରି ମୃତା ଲିଲି ବେହେରାଙ୍କ ସ୍ୱାମୀ ନୈମିଷ ବେହେରା ଏବଂ ୬ ବର୍ଷର ଝିଅ ଅଂଶିକା ବେହେରା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତାହତ ମାନେ ଛତିଶଗଡ ରାଜ୍ୟ ରାୟଗଡ ଝିକାବାହାଲ ଗ୍ରାମର ବୋଲି ଜଣାପଡିଛି । ସୋହେଲା -ପଦ୍ମପୁର ରାସ୍ତାର ଘେଁସ ସାନଝୋର ନିକଟରେ ସିଜି୧୩ଏୱାଇ-୯୦୫୪ ନମ୍ବରର ସ୍କର୍ପିଓ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସ୍କର୍ପିଓଟି ଚୁରମାର ହୋଇଯିବା ସହ ସେଥିରେ ବସିଥିବା ପାଂଚ ଜଣ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ମାଆ ପୁଅ ଏବଂ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ସେହିପରି ବାପା ଏବଂ ଝିଅ ଗୁରୁତର ଅବସ୍ଥାରେ ବର୍ତମାନ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଛତିଶଗଡ ରାୟଗଡରୁ ସୋହେଲା ରାସ୍ତା ଦେଇ ପଦ୍ମପୁର ଯାଉଥିବା ସୂଚନା ମିଳିଛି ।