- ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଭାରତର ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ: ବିଶେଷଜ୍ଞ
- ଟ୍ରମ୍ପଙ୍କ ଭାରତ ଉପରେ ୨୫% ଟାରିଫ ଲାଗୁକୁ ନେଇ କଂଗ୍ରେସର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ
- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
ଧାମନଗରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚାଷୀଙ୍କୁ ଭେଟିଲେ

ଭଦ୍ରକ, ୨୯ ଡିସେମ୍ବର - ଲଗାଣ ଲଘୁ ଚାପ ଯୋଗୁଁ ଧାନ କିଆରୀରେ ବର୍ଷା ଜଳ ରେ ଧାନ ନଷ୍ଟ ହୋଇଛି। ଏ ନେଇ ବାରମ୍ୱାର ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଚାଷୀଙ୍କ ଦୁଃଖ ବୁଝିବାକୁ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଧାମନଗର ବ୍ଲକ ଭଗବାନପୁର ପଂଚାୟତର ଜୟକୃଷ୍ଣପୁର, ଅନହରପୁର ଓ ପଳିକିରିରେ ପହଂଚି ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷ ଅନୁଧ୍ୟାନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଅମଳକ୍ଷମ ପାଚିଲା ଧାନ ବର୍ଷା ରେ ଅଧିକ ପ୍ରଭାବିତ ହୋଇଛି। ବିଲ ରେବର୍ଷା ପାଣିରେ ପାଚିଲା ଧାନ ବୁଡ଼ି ରହି ନଷ୍ଟ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ଚାଷଜମି ବୁଲି ଦେଖିବା ପରେ କ୍ଷତିଗ୍ରସ୍ତ ଚାଷୀ ମାନେ କାନ୍ଧିକାନ୍ଧି ଧାନ ବିଡା ଉପ ମୂଖ୍ୟମନ୍ତ୍ରୀ ଦେଖାଇ ଥିଲେ। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଚଳିତ ମାସ ୩୦ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। ଏଥିପ୍ରତି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହି ଗସ୍ତରେ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମଣ୍ଡଳ, ବିଡ଼ିଓ ବନବିହାରୀ ଦିନ୍ଦା, ତହସିଲଦାର ଦୀପକ କୁମାର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ।ଜିଲା ମୁଖ୍ୟ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା, ଜିଲା କୃଷି ଅଧିକାରୀ ଗଣେଶ ଚନ୍ଦ୍ର ମାଝୀ, ଆତ୍ମା ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ବିଶ୍ୱରଞ୍ଜନ ରାଉତ, ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା, ଦେବାଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।