- ହଜାର ହଜାର କୋଟିର ଖଣି ଅଞ୍ଚଳରେ ଅନାହାର ମୃତ୍ୟୁ
- ଲଷ୍ମଣ ବାଗ ନିର୍ବାଚନରେ "ଦାଦନ ମଜା" ପ୍ରଚାର କରିବେନି କି : କଂଗ୍ରେସ
- ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ
- କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା
- କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଶତକଡା ୪୦ ଆଦିବାସୀ କିନ୍ତୁ ବିଜେପି- ବିଜେଡି ଆଦିବାସୀଙ୍କୁ ପ୍ରାର୍ଥୀ କଲେ...
ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ବ୍ୟାପକ ପ୍ରସ୍ତୁତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ରହିବେ ୫ପ୍ଲାଟୁନ ଫୋର୍ସ, ନଦୀଘାଟରେ କଟକଣା
ଭଦ୍ରକ : - ଇଂରାଜି ନବବର୍ଷ ପାଇଁ ଆସନ୍ତା ବୁଧବାରଦିନ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲିକ୍ଷିତ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ୨ଜଣ ମ୍ଯାଜିଷ୍ଟ୍ରେଟଙ୍କ ସହ ଜଣେ ଡିଏସପି ଓ ୫ ପ୍ଲାଟୁନ ପୁଲିସ ଫୋର୍ସ ମୃତ୍ଯୟନ ରହିବେ ବୋଲି ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ସୌରଭ ଚକ୍ରବର୍ତୀ ସୂଚନା ଦେଇଛନ୍ତି। ସେହିପରି ଭକ୍ତମାନେ ଧାଡି ଦର୍ଶନ ପାଇଁ କେବଳ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳ ଠାରୁ ଦକ୍ଷିଣଦ୍ୱାର ଯାଏଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ଉଜ୍ୱଳ ଆଲୋକ ବ୍୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି। ସେହିପରି ପୀଠରେ ନିରବିଛିନ୍ନ ବିଦ୍ଯୁତ ସେବା ସହ ପାନୀୟଜଳ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ପୀଠକୁ ମୁଖ୍୍ୟ ରାସ୍ତାର ସମସ୍ତ ଛୋଟବଡ ଗାଡି ପ୍ରବେଶ କରିବା ପରେ ଆରଡିପୀଠର ବାଇପାସ ଛକ ଦେଇ କୁଳେଇପଦା ରାସ୍ତା ଦେଇ ପ୍ରସ୍ଥାନ କରିବ। ଏଥିପାଇଁ ଟ୍ରାଫିକ ବ୍ଯବସ୍ଥା କଡାକଡି କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜଳପଥରେ ଆସୁଥିବା ଭକ୍ତମାନଙ୍କୁ ବୈତରଣୀ ଓ ସାଳନ୍ଦୀନଦୀର ୩ଟି ନଦୀଘାଟରେ କଟକଣା ମଧ୍ୟରେ ପାରି କରାଯିବ। ଲକ୍ଷାଧିକ ଭକ୍ତମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ମନ୍ଦିରରେ ନୀତିକାନ୍ତି ସହଳ କରାଯିବ ବୋଲି ସେବାୟତମାନେ ସୂଚନା ଦିଆଯାଇଛି। ରାତ୍ର ୩ଟାରୁ ମନ୍ଦିର ଦ୍ୱାରଫିଟା ଯିବା ପରେ ୪ଟାରେ ମଙ୍ଗଳ ଆଳତୀ ଓ ଅନ୍୍ୟାନ୍୍ୟ ନୀତି ସମ୍ପନ୍ନ ହେବା ସହ ଭକ୍ତମାନଙ୍କର ଦର୍ଶନ ନିମନ୍ତେ ରାତ୍ର ୧୦ଦ୩୦ଯାଏଁ ସାହଣମେଲା କରାଯିବ।