Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ମଝି ନଦୀରେ ବ୍ରିଜକୁ ବାଡେଇଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା, ଜଣେ ଗୁରୁତର ଆହତ, ମେଡିକାଲ ରେ ଭର୍ତି
FMNEWS.IN
01-01-2025
ଭଦ୍ରକ,୧ ଜାନୁଆରୀ - ଭଦ୍ରକ ଜିଲ୍ଲା ଆରଡ଼ି ଓ ଚାନ୍ଦବାଲି କୁ ସଂଯୋଗ କରୁଥୁବା ତିନିତର ଘାଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଘାଟ ଡ଼ଙ୍ଗା। ଡ଼ଙ୍ଗା ରୁ ନଦୀକୁ ଜଣେ ବୃଦ୍ଧ ଗଳି ପଡିବାରୁ ଗୁରୁତର ହୋଇ ଚାନ୍ଦବାଲି ମେଡିକାଲ ରେ ଭର୍ତି ହୋଇ ଚିକିତ୍ସିଁତ ହେଉଛନ୍ତି। ଗୁରୁତର ବୃଦ୍ଧ ତେନ୍ତୁଳିଡ଼ିହି ଗାଁ ର ଉମାକାନ୍ତ ପତ୍ରି ବୋଲି ଜଣାପଡିଛି। ସୂଚନା ମୁତାବକ ଆରଡ଼ି ପଟୁ ଆର ପଟକୁ ଯାତ୍ରୀ ନେଇ ଡ଼ଙ୍ଗା ଯାଉଥୁବା ସମୟରେ ନଦୀ ରେ ମେଘା କମାନୀ ତରଫରୁ ପାଇପ ପାଣି ବ୍ରିଜ ରେ ବାଡେଇ ହୋଇଥିଲା ଫଳରେ ଡ଼ଙ୍ଗା ଚହଲି ଯୁବରୁ ବୃଦ୍ଧ ନଦୀ ମଝି କୁ ଗଳି ପଡିଥିଲା। ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି। ଖବର ପାଇ ଆରଡ଼ି ଫାଣ୍ଡି ପୋଲିସ ତିନିତାର ଘାଟରେ ପହଂଚି ତଦନ୍ତ ଆରମ୍ଭ କରିଛି।