- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭଦ୍ରକରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଭଦ୍ରକ ଜିଲା ଇଂଟରପ୍ରିନିୟରଙ୍କ ପାଇଁ ହବ୍ ହେବ
ଭଦ୍ରକ, ୮ ଅପ୍ରେଲ:- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଏହି ଜିଲା ଇଂଟରପ୍ରିନୟରଙ୍କ ପାଇଁ ଏକ ହବ୍ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି। ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କାଳରେ ଦୁଇମାସ ମଧ୍ୟରେ ଭଦ୍ରକ ଜିଲାରେ ଥିବା ଲଘୁ ଖଣିଜର ସ୍ଥିତି ସହ ଆର୍ଥିକ ସ୍ଥିତି ବିଷୟରେ ସଂପୂର୍ଣ୍ଣ ଡାଟାବେସ୍ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲାରେ ଧାମରା ଶିଳ୍ପକ୍ଷେତ୍ରରେ ସମଗ୍ର ଦେଶରେ ଏକ ହବ୍ ହେବାପାଇଁ ଯାଉଥିବାବେଳେ ଜିଲାରେ ଇଂଟରପ୍ରିନିୟରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ। ତେବେ ଜିଲାରେ ଶିଳ୍ପପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତିଭୂମି, ଗମନାଗମନର ସୁବିଧା ସହ ଅନ୍ୟାନ୍ୟ ସୁବିଧା ଏଥିଯୋଗୁଁ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ବସୁନ୍ଧରା ଯୋଜନାରେ ପ୍ରତ୍ୟେକ ଭୂମିହୀନଙ୍କୁ ୪ ଡିସିମିଲ୍ ଜମି ପ୍ରଦାନ କରାଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ସଂଯୋଗୀକରଣ ଭଳି ବିଷୟ ଉପରେ ସେ ଗଣମାଧ୍ୟମକୁ ସମୀକ୍ଷା କାଳରେ ସୂଚନା ଦେଇଛନ୍ତି। ଜିଲାର ସଂପୂର୍ଣ୍ଣ ଡାଟାବେସ୍ ଆସିବା ପରେ ପୁନର୍ବାର ଏକ ସମୀକ୍ଷା କରାଯାଇ କାର୍ଯ୍ୟଗୁଡିକର ଭିତିଭୂମି ଆରମ୍ଭ ହେବ। ସେହିଭଳି ଗରିବ କଲ୍ୟାଣ ଯୋଜନାର ଅଗ୍ରଗତି, ଶିକ୍ଷାନୁଷ୍ଠାନ ଗୁଡିକୁ ଜମିପଟ୍ଟା ବଂଟନ, ଜଂଗଲ ଜମିର ସୁରକ୍ଷା ଭଳି ବିଷୟଗୁଡିକ ଉପରେ ସେ ଆଲୋଚନା କରି ଆଧୁନିକ ଓ ବିକଶିତ ଓଡ଼ିଶା ଗଠନ ହେବାକୁ ଯାଉଥିବାରୁ ୧୪୫ ଏମ୍ଓୟୁରେ ୧୩ ଲକ୍ଷ କୋଟିର ଅର୍ଥ ନିବେଶ ପାଇଁ ଚୁକ୍ତି ହୋଇଥିବାବେଳେ ଆହୁରି ଅଧିକ ୨୦ ଟି ଶିଳ୍ପ ସଂସ୍ଥା ଚୁକ୍ତି ପାଇଁ ଆସିବେ ବୋଲି ପ୍ରତିଶ୍ରୁତି ମିଳିଥିବା ବିଷୟ ସେ ଗଣମାଧ୍ୟମକୁ କହିଛନ୍ତି। ଏହି ସମୃଦ୍ଧ ଓଡ଼ିଶା ଗଠନ କ୍ଷେତ୍ରରେ ସମୁଦାୟ ୨୭ ଲକ୍ଷ କୋଟି ନିବେଶ ହେବ, ସେମାନଙ୍କ ପାଇଁ ଜଳ, ଜମି ଆଦି ଉପଲବ୍ଧ ହେବ ବୋଲି ସେ ସୂଚାଇଛନ୍ତି।