BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଂଚିତ୧ ଲକ୍ଷ ମହିଳା

FMNEWS.IN 19-03-2025
1 lakh women deprived of Subhadra second installment

ଭୁବନେଶ୍ୱର, 19 ମାର୍ଚ୍ଚ - ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଂଚିତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳାଦ୍ୱିତୀୟ କିସ୍ତି ପାଇବାରୁ ବଂଚିତ ହୋଇଛନ୍ତି। ସେମାନେ ପ୍ରଥମ କିସ୍ତି ପାଇଛନ୍ତି, ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଗାଡ଼ି କିଣିଛନ୍ତି, କିଏ ୫ ଏକର ଜମି ନ ଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି। ଏନେଇ ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ବଂଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ପାଇବେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ବର୍ଷ ବୟସ ହେଉଥିବ ସେମାନେ ମଧ୍ୟ ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।