Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଂଚିତ୧ ଲକ୍ଷ ମହିଳା
FMNEWS.IN
19-03-2025
ଭୁବନେଶ୍ୱର, 19 ମାର୍ଚ୍ଚ - ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଂଚିତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳାଦ୍ୱିତୀୟ କିସ୍ତି ପାଇବାରୁ ବଂଚିତ ହୋଇଛନ୍ତି। ସେମାନେ ପ୍ରଥମ କିସ୍ତି ପାଇଛନ୍ତି, ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଗାଡ଼ି କିଣିଛନ୍ତି, କିଏ ୫ ଏକର ଜମି ନ ଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି। ଏନେଇ ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ବଂଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ପାଇବେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ବର୍ଷ ବୟସ ହେଉଥିବ ସେମାନେ ମଧ୍ୟ ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।