- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ୯୨ ପ୍ରକଳ୍ପର ଶୁଭାରମ୍ଭ
ସମ୍ବଲପୁର, ୨୯ ଏପ୍ରିଲ୍ - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୁଣ୍ଡୁରୁଚିଆଁରେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ୯୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ଶୁଭାରମ୍ଭ
ହୋଇଯାଇଛି। ଆଜି କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଜମନକିରା ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ଠାରେ ବିଭିନ୍ନ ବିଭାଗର ୯୨ଟି ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା ମନ୍ତ୍ରୀ ରବିନାରାୟଣ ନାଏକଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ଵାରା ଗ୍ରାମୀଣ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ପାନୀୟଜଳ ଯୋଗାଣ , ଯୋଗାଯୋଗ କ୍ଷେତ୍ରରେ ଉନ୍ନତି, କୃଷି କ୍ଷେତ୍ରରେ ସମୃଦ୍ଧି ଆଣିବା ସହ ଗ୍ରାମବାସୀଙ୍କ ଜୀବନଧାରଣ ମାନରେ ଆହୁରି ଉନ୍ନତି ଆସିପାରିବ ବୋଲି ମତପୋଷଣ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଲୋକଙ୍କ କଲ୍ୟାଣ ସହ ଗାଁ ଗୁଡିକୁ ବିକାଶ ମାର୍ଗରେ ଅଗ୍ରସର ହେବ ବୋଲି ମନ୍ତ୍ରୀ ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।