Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାଣ୍ଡରା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ, ପ୍ରସ୍ତାବିତ ମାର୍କେଟ ସ୍ଥାନ ପରିଦର୍ଶନ କଲେ ପ୍ରିୟଦର୍ଶୀ ମିଶ୍ର
FMNEWS.IN
17-03-2025
ଭୁବନେଶ୍ୱର, 17 ମାର୍ଚ୍ଚ - ପାଣ୍ଡରା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ । ପ୍ରସ୍ତାବିତ ମାର୍କେଟ ସ୍ଥାନ ପରିଦର୍ଶନ କରିଛନ୍ତି ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର । 50 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ମାର୍କେଟ । ରାଜ୍ୟ ସରକାର କରିଛନ୍ତି ଅର୍ଥ ଅନୁମୋଦନ । 5 ଏକର 80 ଡିସିମିଲ ଜାଗାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ । ଏହାଦ୍ବାରା ମତ୍ସ୍ୟ ବ୍ୟବସାୟୀ ମାନେ ଲାଭବାନ ହେବା ସହ ସାଧାରଣ ଲୋକ ମାନେ ମଧ୍ୟ ସୁବିଧା ପାଇବେ । ପୂର୍ବ ସରକାର ବେଳେ ଡିପିଆର୍ ପ୍ରସ୍ତୁତିରେ ବିଳମ୍ବ ହୋଇଥିବା ଯୋଗୁଁ ଆଜି ଯାଏଁ ମାଛ ମାର୍କେଟ ପ୍ରତିଷ୍ଠା ହୋଇପାରିନଥିଲା ବୋଲି କହିଛନ୍ତି ପ୍ରିୟଦର୍ଶୀ ।