- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ସୁରେଶ ପୂଜାରୀ
(FM News):--ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ ଟପର ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାରଙ୍କ କଡ଼ା ଆଭିମୁଖ୍ୟ । ଦୁର୍ନୀତି କରି ଅନେକ ଅଫିସର ଜେଲରେ ଗଲେଣି । ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି । ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଅନ୍ୟର ଅଧିକାରକୁ ହନନ୍ କରିଥିଲେ । 2019 ବ୍ୟାଚର ଟପର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଖୁବଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ । ଲୋକଙ୍କୁ ଅପିଲ ରାଜସ୍ୱ ମନ୍ତ୍ରୀ, ସରକାରୀ ସ୍ତରରେ, ରାଜସ୍ବ ବିଭାଗରେ, ଅନ୍ୟାୟ, ଲାଞ୍ଚ, ଆଇନ ବିରୋଧୀ କାର୍ଯ୍ୟ ଦେଖିଲେ ନଜରକୁ ଆଣନ୍ତୁ, କେହି ବର୍ତ୍ତିବେନି । ସେ ଦୃଷ୍ଟିରୁ ବିଭାଗ ପ୍ରତି ମାସ ଆସେସମେଣ୍ଟ କରୁଛି । ଦୁର୍ନୀତିର ପରିମାଣ ଅପେକ୍ଷାକୃତ କମିଛି । ରାତାରାତି ଦୁର୍ନୀତି କମିବ ନାହିଁ । କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜୀବନ ସାରା ପଶ୍ଚତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଭିଜିଲାନ୍ସ ଓ ପୁଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ । ଲୋକେ ଅଭିଯୋଗ ଆଣିଲେ ତୁରନ୍ତ ଆକ୍ସନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।