- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବଲାଙ୍ଗିର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟିତ : ଯୋଗଦେଲେ କନକ ବର୍ଦ୍ଧନ ସିଂ ଦେଓ
ବଲାଙ୍ଗିର : ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ | ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରି ନିଜ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ
ଜଳବାୟୁ ପରିବର୍ତ୍ତନ, ଅସ୍ଥିର ବଜାର ମୂଲ୍ୟ ଏବଂ ଶ୍ରମିକ ଅଭାବ କୃଷି ଉତ୍ପାଦନକୁ ବାଧା ଦେଇଥାଏ। ସେଥିପାଇଁ ଏହି ମେଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କିପରି ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରୁ କିଛି ହ୍ରାସ କରାଯାଇପାରିବ ଓ ଦକ୍ଷତା, ଉତ୍ପାଦକତା ଏବଂ ଶେଷରେ ଲାଭଦାୟକତା ବୃଦ୍ଧି କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି। ଏହା ଆମର କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମର ଚାଷୀଭାଇମାନଙ୍କୁ ଆଜିର ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ ବୋଲି ସେ ପ୍ରକାଶ କରିଥିଲେ ।
ସମୃଦ୍ଧ କୃଷକ ଯୋଜନା ଅନ୍ତର୍ଗତ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଅର୍ଥ ଇନ୍ପୁଟ ସହାୟତା ଆକାରରେ ପ୍ରଦାନ କରାଯାଇ କୁଇଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ ଧାନ କିଣାଯାଉଛି । କୃଷି ଯାନ୍ତ୍ରୀକିକରଣ ଓ କୃଷି ଭିତ୍ତିକ ଉଦ୍ୟୋଗର ବିକାଶ ନିମନ୍ତେ ୪୨୫ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର, କୃଷି ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଟିଟିଲାଗଡ଼ ଉପଜିଲ୍ଲାପାଳ ରହାନ ଖେତ୍ରି , ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ , ମୁଖ୍ୟ କୃଷି ଆଧିକାରୀ ବାବୁଲି ଚରଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି ଓ ଅନ୍ୟ କୃଷି ଆନୁସଙ୍ଗିକ ଉପକରଣ ପ୍ରଦର୍ଶିତ ହେଉଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ।
ଏହି ଅବସରରେ ଚାଷୀ ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ହସ୍ତାନ୍ତର ଏବଂ ପୁରସ୍କୃତ କରାଯାଇଥିଲା ।