BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବେ ବଡ ଶିଳ୍ପପତି

FMNEWS.IN 25-01-2025
Big industrialist to join Odisha in excellence

ଭୁବନେଶ୍ୱର, 25 ଜାନୁଆରି- ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ଆମେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ କରୁଛି । ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବ । ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ । ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗ ଦେବେ । ଏଥିପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜିକରଣ କରିଛନ୍ତି । ୧୬ ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଏଲ ଏନ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ଅନିଲ ଅଗ୍ରୱାଲ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ, କରନ ଆଦାନୀ, ଟିଭି ନରେନ୍ଦ୍ରନ ପ୍ରମୁଖ ଯୋଗ ଦେବେ । ୭୫୦୦ ଶିଳ୍ପ ପ୍ରତିନିଧି ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ । ଷ୍ଟାର୍ଟ ଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ୱେମେନ ଓଡ଼ିଶା ବା ସୁଭଦ୍ରାରୁ ସଶକ୍ତ ବିଷୟରେ ଆଲୋଚନା ହେବ। ଜାନୁଆରୀ ୩୦ ରେ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ସିନେମା ଓ ଗଣମାଧ୍ୟମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା, ଅନୁ କ୍ଷୁଦ୍ର ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବ ।

ଭାରତ ଶିଳ୍ପ ବିପ୍ଲବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ। ଉତ୍କର୍ଷ ଓଡ଼ିଶାରୁ ୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି । ନୂଆ ସରକାରର ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଅନୁମୋଦନ ମିଳିଛି। ୨ ଲକ୍ଷ ୭୫ ହଜାର ପୁଞ୍ଜି ନିବେଶ ଆସିଛି ଓଡ଼ିଶା । ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।