BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ମୁଖ୍ୟମନ୍ତ୍ରୀଙ୍କ ପ୍ରି ବଜେଟ ସମୀକ୍ଷା- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲୋକମତ ସଂଗ୍ରହ

FMNEWS.IN 25-01-2025
Chief Minister's Pre-Budget Review - Gathering Public Opinion for the Financial Year 2025-26

ଭୁବନେଶ୍ୱର :ରାଜ୍ୟ ସରକାର ଆଜି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପ୍ରାକ୍ ବଜେଟ୍ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।ସମୀକ୍ଷା ପରେ ସେ କହିଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲୋକମତ ସଂଗ୍ରହ ଆମେ କରୁଛୁ । ଆଜି ପ୍ରାକ ବଜେଟ ପରାମର୍ଶ ନେଇ ବୈଠକରେ ସମସ୍ତଙ୍କ ସହ ସବିଶେଷ ଆଲୋଚନା ହୋଇଛି ।

ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମତାମତ ଦେଇ ପାରିବେ । ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ ସେ ନେଇ ବଜେଟ ପ୍ରସ୍ତୁତ ସମୟରେ ଚିନ୍ତା କରାଯିବ । ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରୁଛନ୍ତି ।ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି।ଓଡିଶାରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । ବିକଶିତ ଗାଁ ବିକଶିତ ଓଡିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଗାଁରେ ଆୟର ସୋର୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି । ଗାଁ ଲୋକ ଆଉ ସହରକୁ ଆସିବେ ନାହିଁ । ଶ୍ରମିକ, ଚାଷୀ, ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ,ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟରେ ପ୍ରତିଫଳିତ ହେବ।ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷ ଭାବେ ଆଇଟି, ପେଟ୍ରୋ କେମିକାଲ ଓ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍କୁ ଗୁରୁତ୍ବ ଦିଆଯାଉଛି।