Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମୁମ୍ବାଇ ଏୟାରପୋର୍ଟରୁ 11 କୋଟିର କୋକେନ ଜବତ, ବ୍ରାଜିଲ ମହିଳା ଗିରଫ
FMNEWS.IN
02-03-2025
ମୁମ୍ବାଇ, 2 ମାର୍ଚ୍ଚ:- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଟିମ୍ ମୁମ୍ବାଇ ଏୟାରପୋର୍ଟରେ ବ୍ରାଜିଲର ଜଣେ ମହିଳାଙ୍କୁ ଧରିଛନ୍ତି । ତାଙ୍କ ନିକଟରୁ 11 କୋଟି ଟଙ୍କାର କୋକେନ ଜବତ କରାଯାଇଛି । ଏହାପରେ ବିଦେଶୀ ମହିଳାଙ୍କ ପେଟର ଅପରେସନ କରି କୋକେନର 100 କ୍ୟାପସୁଲ ଜବତ କରାଯାଇଛି । ଏହି ମାମଳାର ଛାନଭିନ୍ ଜାରି ରହିଛି ।
ଡିଆରଆଇ ସୂତ୍ର ମୁତାବକ ରବିବାର ତାଙ୍କ ଟିମ୍ ଅତି ଗୋନୀୟ ଭାବେ ଡ୍ରଗ୍ସ ତସ୍କରୀ ନେଇ ତଥ୍ୟ ପାଇଥିଲା । ଏହା ଉପରେ ଟିମ୍ ଶନିବାରରୁ ନଜର ରଖିଥିଲା । ସନ୍ଦିଗ୍ଧ ଅବସ୍ଥାରେ ବ୍ରାଜିଲରୁ ଆସିଥିବା ମହିଳାଙ୍କୁ ରୋକି ଟିମ୍ ତାଙ୍କ ଜିନିଷପତ୍ରର ତଲାସୀ ନେଇଥିଲା । ମାତ୍ର ଏଥିରୁ କିଛି ମିଳିନଥିଲା । ଏପରେ ଟେକ୍ନିକାଲ ଯାଂଚରୁ ଜଣାପଡିଥିଲା ଯେ, ମହିଳାଙ୍କ ପେଟରେ କ୍ୟାପସୁଲ ରହିଛି । ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କ ପେଟରୁ ଶହେଟି କ୍ୟାପସୁଲ ବାହାର କରାଯାଇଛି ।
ଏଥିରେ ପ୍ରାୟ 1066 ଗ୍ରାମ କୋକେନ ଥିଲା ।