- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ସହିତ ସକରାତ୍ମକ ଆଲୋଚନା ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ବିଧାନସଭା ଘେରାଓ ସ୍ଥଗିତ ରଖିଲେ ଦୁଗ୍ଧଚାଷୀ
ଭୁବନେଶ୍ୱର :ଦୁଗ୍ଧଚାଷୀ ମହାସଂଘ ଓ ବିଭିନ୍ନ ଯାଦବ ମହାସଂଘର ପ୍ରତିନିଧିମାନଙ୍କର ଏକ ଜରୁରୀ ବୈଠକ ପ୍ରାଣୀସମ୍ପଦ ମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀଙ୍କ ସହିତ ଦୁଗ୍ଧଚାଷୀମାନଙ୍କର ଦାବି ଉପରେ ଆଲୋଚନା ସକରାତ୍ମକ ହୋଇଛି । ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଭାବରେ ଦୁଗ୍ଧଚାଷୀମାନଙ୍କର ତିନିଦଫା ଦାବିକୁ ଗୁରୁତ୍ୱ ଦେଇ ଶୁଣିବା ସହିତ ଏହାର ସମାଧାନ ପାଇଁ ଏକ ସପ୍ତାହ ମଧ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ମହାସଂଘର ନେତାମାନେ ଆସନ୍ତା ୧୮ ତାରିଖ ଗୁରୁବାର ବିଧାନସଭା ଘେରାଓର ଦେଇଥିବା ଡାକରାକୁ ସ୍ଥଗିତ ରଖିଲେ ବୋଲି ସେମାନଙ୍କୁଠାରୁ ପ୍ରକାଶ । ଏଠାରେ ଉଲ୍ଲେଖଥାଉକି, ଗତ ଅଗଷ୍ଟ ୨୮ ତାରିଖ ଦିନ ରାତିରେ କିଛି ଦୁଗ୍ଧଚାଷୀ ୬ଟି ପିକ୍ଅପ୍ ଟ୍ରକରେ କାମଧେନୁ ଯୋଜନା ଅନ୍ତର୍ଭୁକ୍ତ ଗାଈ ନେଇ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଫେରୁଥିଲା ବେଳେ ସ୍ଥାନୀୟ ବରମୁଣ୍ଡା ଓଭରବି୍ରଜ୍ ଉପରେ ୬୦ ରୁ ୭୦ଜଣ ବଜରଙ୍ଗ ଦଳର ଗୁଣ୍ଡା ଜୟ ଶ୍ରୀରାମ ନାରା ଦେଇ ୩ଟି ଗାଡ଼ି ଭଙ୍ଗାରୁଜା କରିବା ସହିତ ୪ଜଣ ଦୁଗ୍ଧଚାଷୀଙ୍କୁ ମାଡ଼ ମାରି ଆହତ କରିଛନ୍ତି ଏବଂ ୨ ଜଣଙ୍କଠାରୁ ମୋବାଇଲ୍ ଓ ୭୦ ହଜାର ଟଙ୍କା ଛଡାଇ ନେଇଛନ୍ତି । ଘଟଣାସ୍ଥଳରେ ଗୋଟିଏ ଗର୍ଭଣି ଗାଈ ସେହି ଗୁଣ୍ଡାମାନଙ୍କ ଆତଙ୍କ ଯୋଗୁଁ ଭୟଭୀତ ହୋଇ ଏକ ମଲା ବାଛୁରିକୁ ଜନ୍ମ କରପକାଇଲା । ଖଣ୍ଡଗିରି ଥାନା ପୋଲିସ୍ ଘଟଣାସ୍ଥଳରେ ପହ ଥିଲେ ସୁଦ୍ଧା ଦୁଗ୍ଧଚାଷୀମାନଙ୍କୁ ସୁରକ୍ଷା ଦେଇପାରି ନଥିଲା । ଏହି ପିକ୍ଅପ୍ ଟ୍ରକ ଗୁଡ଼ିକରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବ୍ୟାନର ଲାଗିଥିଲା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସମସ୍ତ କାଗଜପତ୍ର ଏହି ଚାଷୀମାନେ ଦେଖାଇବା ସ୍େୱ ମଧ୍ୟ ଆକ୍ରମଣକାରୀମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିବାକୁ ପଛାଇ ନଥିଲେ । ଏପର୍ଯ୍ୟନ୍ତ ପୋଲିସ୍ ମାତ୍ର ୩ଜଣଙ୍କୁ ଗିରଫ କରି ଜେଲ୍କୁ ପଠାଇଛି । ଅନ୍ୟମାନେ ସମସ୍ତେ ଖୋଲାଖୋଲି ବୁଲୁଛନ୍ତି ଏବଂ ଧମକ ଚମକ ମଧ୍ୟ ଦେଉଛନ୍ତି । ସେହିଭଳି ସେପ୍ଟେମ୍ବର ୬ ତାରିଖ ଦିନ ୨ଜଣ ଚାଷୀ ୨ଟି ପିକଅପ୍ ଟ୍ରକରେ ୪ଟି ଦୁଆଁଳିଆ ଗାଈ ଓ ୩ଟି କଅଁଳା ବାଛୁରୀ ଆନ୍ଧ୍ରପ୍ରଦେଶରୁ ନେଇ ଫେରୁଥିବା ସମୟରେ ପଳାଶୁଣି ଓଭରବି୍ରଜ୍ ତଳେ ୧୫ ରୁ ୨୦ ଜଣ ଅସାମାଜିକ ଗୁଣ୍ଡା ତାଙ୍କୁ ଘେରିଯାଇ ଜୟଶ୍ରୀରାମ ନାରା ଦେଇ ଗୋରୁ ଚାଲାଣକାରି ବୋଲି କହି ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗୋଟିଏ କଅଁଳା ବାଛୁରୀର ମୃତୁ୍ୟ ହୋଇଥିଲା, ଦୁଇଟିଯାକ ପିକ୍ଅଫ୍ ଟ୍ରକର ଡ୍ରାଇଭର ଆକ୍ରମଣରେ ଆହତ ହୋଇଥିଲେ ଓ ଚାଷୀ ୨ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଜଣେ ଚାଷୀଙ୍କୁ ପଛଆଡୁଆ ତାଙ୍କ ହାତା ବାନ୍ଧୀ ତାଙ୍କୁ ଉଲଗ୍ନ କରି ମାଡ଼ ମାରିବାକୁ ମଧ୍ୟ ଏହି ଗୁଣ୍ଡାମାନେ ପଛାଇ ନଥିଲେ । ଘଟଣାସ୍ଥଳରେ ପଳାଶୁଣି ପୋଲିସ୍ ପହଥିଲେ ସୁଦ୍ଧା ସେହି ଆକ୍ରମଣକାରୀମାନଙ୍କୁ ଗିରଫ୍ ନ କରି ଛାଡ଼ି ଦେଇଥିଲେ ।
ଦାବି :- (୧) ତୁରନ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ଓ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ (୨) ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସଠିକ୍ କାର୍ଯ୍ୟକାରୀ ପାଇଁ ପ୍ରାଣୀ ସମ୍ପଦ ବିଭାଗ ନିଦେ୍ର୍ଦଶକ, ପୋଲିସ୍ ମହାନିଦେ୍ର୍ଦଶକ ଓ ଦୁଗ୍ଧଚାଷୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ମନିଟରିଙ୍ଗ କମିଟି ଏକ ସପ୍ତାହ ଭିତରେ ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସି ଗଠନ କରାଯି ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ଦୁଗ୍ଧଚାଷୀମାନଙ୍କର ସମସ୍ୟା ସମାଧାନ ପାଇଁ ଏକ ଟୋଲ୍ ଫ୍ରି ଟେଲିଫୋନ୍ ନମ୍ବର ଜାରି କରିବାକୁ ଚାଷୀନେତାମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । (୩) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ ଗ୍ରାମରେ ନଈ ପାଣିରେ ମୃତୁ୍ୟବରଣ କରିଥିବା ୭୩ଟି ମଇଁଷି ପାଇଁ କ୍ଷତିପୂରଣ ଦେବାକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ତେଣୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ମହାସଂଘର ନେତାମାନେ ଆସନ୍ତାକାଲିର ବିଧାନସଭା ଘେରାଓକୁ ସାମୟିକ ସ୍ଥଗିତ ରଖାଗଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।
ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜକିଶୋର ଦାସ, ନୃସିଂହ ବେହେରା- ସଭାପତି ଓ ସମ୍ପାଦକ ଦୁଗ୍ଧ ଉତ୍ପାଦନକାରୀ ସଂଘ, ଭୁବନେଶ୍ୱର, ଡାକ୍ତର ବେହେରା ଓ ଅକ୍ଷୟ ପ୍ରସାଦ ବେହେରା-ଉପସଭାପତି ଓ ସାଧାରଣ ସମ୍ପାଦକ ଉକ୍ରଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା କମିଟି, ନାରାୟଣ ବେହେରା- ସଭାପତି, ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘ, ନାରୀ ନେତ୍ରୀ ସୁମିତ୍ରା ବେହେରା, ମାମିଲା ବେହେରାଙ୍କ ସମେତ ଯାଦବ ନେତା କୃଷ୍ଣଚନ୍ଦ୍ର ବେହେରା, ବିଷ୍ଣୁଚରଣ ବେହେରା, ସଂଜୟ ବେହେରା, ଲକ୍ଷ୍ମୀଧର ବାହାଲିଆ, ଚକ୍ରଧର ବେହେରା ଓ ପୀତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ କାଲିର ବିଧାନସଭା ଘେରାଓ ସ୍ଥଗିତ ରହିଲା ବୋଲି ସେମାନେ ଏହି ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ ।