- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଘନ କୁହୁଡି ଯୋଗୁଁ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ
ଶ୍ରୀନଗର 4 ଜାନୁଆରୀ-କାଶ୍ମୀର ଉପତ୍ୟକାର କିଛି ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଶନିବାର ଦିନ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି।ଏହାରି ମଧ୍ୟରେ ସକାଳେ ଶ୍ରୀନଗର ସମେତ କାଶ୍ମୀରରେ କୁହୁଡିର ଘନ ଚାଦର ରହିଛି।
ଅଧିକାରୀ କହିଛନ୍ତି ଯେ କୁହୁଡି ଯୋଗୁଁ ଖରାପ ଦୃଶ୍ୟତା ହେତୁ ବିମାନବନ୍ଦରରେ କାର୍ଯ୍ୟ ପ୍ରଭାବିତ ହୋଇଥିଲା ଏବଂ ସକାଳେ ସମସ୍ତ ବିମାନ ଉଡାଣରେ ବିଳମ୍ବ ହୋଇଥିଲା।ସେ କହିଛନ୍ତି ଯେ ଶ୍ରୀନଗର ବିମାନ ବନ୍ଦରରେ ଖରାପ ଦୃଶ୍ୟମାନତା ହେତୁ ଏପର୍ଯ୍ୟନ୍ତ କୌଣସି ବିମାନ ଚଳାଚଳ ହୋଇନାହିଁ। ସମସ୍ତ ଏୟାରଲାଇନ୍ସ ଦୃଶ୍ୟମାନତା ନ ହେବା ପର୍ଯ୍ୟନ୍ତ ସେମାନଙ୍କର ସକାଳର କାର୍ଯ୍ୟକୁ ପୁନନିର୍ଦ୍ଧାରିତ କରିଛନ୍ତି।ଶ୍ରୀନଗର ବିମାନବନ୍ଦରରେ କୁହୁଡି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବାର ଏହା କ୍ରମାଗତ ଦ୍ୱିତୀୟ ଦିନ।ଶୁକ୍ରବାର ସକାଳେ ବିମାନ ଚଳାଚଳରେ ବିଳମ୍ବ ହୋଇଥିବାବେଳେ କମ୍ ଦୃଶ୍ୟତା ହେତୁ ଗୋଟିଏ ବିମାନ ଡାଇଭଟ ହୋଇଥିଲା।ଦୃଶ୍ୟତାରେ ସୁଧାର ହେବା ପରେ ମଧ୍ୟାହ୍ନ ପାଖାପାଖି ଅପରେସନ ପୁଣି ଥରେ ଆରମ୍ଭ ହୋଇଥିଲା।