- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଅର୍ଥବ୍ୟବସ୍ଥାରେ ଜିଡିପି ହ୍ରାସକୁ ନେଇ କେନ୍ଦ୍ର ସରକାରଙ୍କ ଊପରେ ବର୍ଷିଲା କଂଗ୍ରେସ
(FMNews)-- କଂଗ୍ରେସ ପାର୍ଟି ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଡିପି ଗ୍ରୋଥରେ ଖସିବାର ଅନୁମାନକୁ ନୈରାଶ୍ୟଜନକ ବୋଲି କହିଛି । ଅର୍ଥବ୍ୟବସ୍ଥା ସହ ସଂବଧିତ ଲଗାତର ସାମ୍ନାକୁ ଆସୁଥିବା ନୈରାଶ୍ୟଜନକ ସଂଖ୍ୟା ଆଗାମୀ କେନ୍ଦ୍ରୀୟ ବଜେଟ ପାଇଁ ଚିନ୍ତାଜନକ ପାଲଟିଛି।
କଂଗ୍ରେସ ମହାସଚିବ ତଥା ସାଂସଦ ଜୟରାମ ରମେଶ ବୁଧବାର ଏକ ବୟାନରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ସଂଖ୍ୟା ମୁତାବକ ଆର୍ଥିକ ବର୍ଷ 2025ରେ କେବଳ 6.4 ପ୍ରତିଶତ ଜିଡିପି ଗ୍ରୋଥର ଅନୁମାନ କରାଯାଉଛି । ଏହା ଚାରିବର୍ଷରେ ସବୁଠୁ ତଳସ୍ତର ଅଟେ ଏବଂ ଆର୍ଥିକ ବର୍ଷ 2024ରେ ରେକର୍ଡ 8.2 ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏହା ହ୍ରାସ ଅଟେ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ସାମ୍ପ୍ରତିକ 6.6 ପ୍ରତିଶତ ଗ୍ରୋଥ ଅନୁମାନରୁ କମ୍ ଅଟେ, ଯାହା ଆଗରୁ ଥିବା 7.2 ପ୍ରତିଶତ ଅନୁମାନରୁ କମ୍ ଥିଲା। କିଛି ସପ୍ତାହ ମଧ୍ୟରେ ଭାରତୀୟ ଅର୍ଥନୀତି ନିମ୍ନ ସ୍ତରରେ ପହଞ୍ଚିଛି। ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାର୍ହ କରୁଥିବା ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର ସେହିପରି ଭାବେ ବଢ଼ୁନାହିଁ, ଯେମିତି ବଢ଼ିବା ଆବଶ୍ୟକ। ସରକାର ଏବେ ଦେଶର ଗ୍ରୋଥରେ ହ୍ରାସର ଏହି ତଥ୍ୟ ଏବଂ ଏହାର ବିଭିନ୍ନ ପଦକ୍ଷେପକୁ ଖାରଜ କରିପାରିବେ ନାହିଁ।